ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ
ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ କମିଟି ପକ୍ଷରୁ ନବୀନ ନବୀନ ଗୀତଟି ଯାତ୍ରା କଳାକାରଙ୍କ ପକ୍ଷରୁ ଷ୍ଟେଜ ଶୋ’ରେ ପରିବେଷଣ କରାଯାଇଥିଲା। ଏହାକୁ ନେଇ ଦର୍ଶକ ମହଲରେ ତୀବ୍ର ଉତ୍ତେଜନା ଏବଂ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମୟରେ ଯାତ୍ରା ସ୍ବର୍ଣ୍ଣମହଲ ଷ୍ଟେଜ୍ ନିକଟରେ ଚାନ୍ଦବାଲି ବିଧାୟକ […] The post ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ appeared first on Dharitri Odia News.
ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ କମିଟି ପକ୍ଷରୁ ନବୀନ ନବୀନ ଗୀତଟି ଯାତ୍ରା କଳାକାରଙ୍କ ପକ୍ଷରୁ ଷ୍ଟେଜ ଶୋ’ରେ ପରିବେଷଣ କରାଯାଇଥିଲା। ଏହାକୁ ନେଇ ଦର୍ଶକ ମହଲରେ ତୀବ୍ର ଉତ୍ତେଜନା ଏବଂ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମୟରେ ଯାତ୍ରା ସ୍ବର୍ଣ୍ଣମହଲ ଷ୍ଟେଜ୍ ନିକଟରେ ଚାନ୍ଦବାଲି ବିଧାୟକ ନିଜର ଦଳ ବଳ ନେଇ ଯାତ୍ରା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଭାଜପା ଧାମରାଇ ମଣ୍ଡଳ ପକ୍ଷରୁ ଧାମରା ସାମୁଦ୍ରିକ ଥାନାରେ ଯାତ୍ରା ସ୍ବର୍ଣ୍ଣମହଲ ନାମରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ସାମୁଦ୍ରିକ ଥାନାଧିକାରୀ ସମ୍ପୃକ୍ତ ଯାତ୍ରା ପାର୍ଟିର ପରିଚାଳକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଡାକି ଏହି ବିଷୟରେ ପଚାରିଥିଲେ। ସମ୍ପୃକ୍ତ ପରିଚାଳକ ଏହି ବିଷୟରେ ଅଭିଯୋଗ ହୋଇଥିବାରୁ ନିସର୍ତ୍ତ କ୍ଷମା ପ୍ରାଥନା କରିବା ସହ ଭବିଷ୍ୟତରେ କେବେ କୋଣସି ସ୍ଥାନରେ ଦଳୀୟ ପ୍ରଚାର ପ୍ରସାର କରିବୁ ନାହିଁ । ଏପରି ଭୁଲ୍ କେବେ ହେବ ନାହିଁ ବୋଲି କହିବା ପରେ ସମସ୍ୟାର ସମାଧାନ ହୋଇଥିଲା।
The post ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ appeared first on Dharitri Odia News.