ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ

ପ୍ୟୋର୍ଟୋ ଲିଣ୍ଡୋ,୨୬ା୧: ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି। ପାନାମା ଉପକୂଳସ୍ଥିତ ସମୁଦ୍ର ମଧ୍ୟରେ ଏକ ୩୦ ବର୍ଗ ମିଟରର (୩୨୦ ବର୍ଗ ଫୁଟ) କ୍ୟାପଶୁଲରେ ରୁଡିଗର ୧୨୦ ଦିନ ରହି ରେକର୍ଡ ସୃଷ୍ଟି କରିଛନ୍ତି। ଶନିବର ସେ ଗିନିଜ୍‌ ଅଧିକାରୀ ସୁସାନା ରେୟେସଲଙ୍କ ଉପସ୍ଥିତିରେ ସମୁଦ୍ର ଭିତରୁ ବାହାରିଥିଲେ। ପୂର୍ବରୁ ଏହି ରେକର୍ଡ ଆମେରିକୀୟ ଜୋସେଫ ଡେଟୁରିଙ୍କ […] The post ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ appeared first on Dharitri Odia News.

ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ

ପ୍ୟୋର୍ଟୋ ଲିଣ୍ଡୋ,୨୬ା୧: ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି। ପାନାମା ଉପକୂଳସ୍ଥିତ ସମୁଦ୍ର ମଧ୍ୟରେ ଏକ ୩୦ ବର୍ଗ ମିଟରର (୩୨୦ ବର୍ଗ ଫୁଟ) କ୍ୟାପଶୁଲରେ ରୁଡିଗର ୧୨୦ ଦିନ ରହି ରେକର୍ଡ ସୃଷ୍ଟି କରିଛନ୍ତି। ଶନିବର ସେ ଗିନିଜ୍‌ ଅଧିକାରୀ ସୁସାନା ରେୟେସଲଙ୍କ ଉପସ୍ଥିତିରେ ସମୁଦ୍ର ଭିତରୁ ବାହାରିଥିଲେ। ପୂର୍ବରୁ ଏହି ରେକର୍ଡ ଆମେରିକୀୟ ଜୋସେଫ ଡେଟୁରିଙ୍କ ନାମରେ ରହିଥିଲା। ସେ ଫ୍ଲୋରିଡାର ଏକ ହ୍ରଦରେ ଥିବା ଅଣ୍ଡର ଓ୍ବାଟର ଲଜ୍‌ରେ ୧୦୦ ଦିନ ପର୍ଯ୍ୟନ୍ତ ବିତାଇଥିଲେ ବୋଲି ସୁସାନା କହିଛନ୍ତି।
ସମୁଦ୍ରର ୧୧ ମିଟର (ପ୍ରାୟ ୩୬ ଫୁଟ) ତଳେ ଏତେ ଲମ୍ବା ସମୟ ଧରି ରହିବା ପରେ ବାହାରକୁ ଆସି ରୁଡିଗର କହିଛନ୍ତି, ଏହା ଏକ ରୋମାଞ୍ଚକର ଯାତ୍ରା ଥିଲା। ସେ ଏହି ଦୁଃସାହସିକ ଅନୁଭୂତିକୁ ଖୁବ୍‌ ଉପଭୋଗ କରିଥିଲେ। କ୍ୟାପ୍‌ଶୁଲର ଝରକାରୁ ଅତ୍ୟନ୍ତ ଶାନ୍ତ ପରିବେଶ ମଧ୍ୟରେ ସମୁଦ୍ରରେ ଉଜ୍ଜ୍ୱଳତକୁ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ବାସ୍ତବରେ ସାମୁଦ୍ରିକ ପରିବେଶ ମାନବ ପାଇଁ ବ୍ୟବହାରଯୋଗ୍ୟ, ଏହାକୁ ପ୍ରମାଣ କରି ଦେଖାଇବା ଉଦ୍ଦେଶ୍ୟରେ ସେ ପାଣି ଭିତରେ ଦୀର୍ଘ ୪ ମାସ ଧରି ରହିଥିବା ରୁଡିଗର କହିଛନ୍ତି। ତେବେ ରୁଡିଗର ଥିବା କ୍ୟାପ୍‌ଶୁଲ ମଧ୍ୟରେ ୪ଟି କ୍ୟାମେରା ତାଙ୍କ ଗତିବିଧି ଉପରେ ଭିଡିଓ ଗ୍ରାଫି କରୁଥିଲେ। ଏହାଫଳରେ ତାଙ୍କର ଦିନଚର୍ଯ୍ୟା, ମାନସିକ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବା ସହ ୪ ମାସ ଧରି ରୁଡିଗର ସମୁଦ୍ରରୁ ବାହାରକୁ ଆସିନାହାନ୍ତି ବୋଲି ପ୍ରମାଣ ରହିଥିଲା। ସେହିପରି ଉକ୍ତ କ୍ୟାପ୍‌ଶୁଲରେ ଏକ ବେଡ୍‌, ଶୌଚାଳୟ, ଟିଭି, କମ୍ପ୍ୟୁଟର, ଇଣ୍ଟରନେଟ୍‌, ବ୍ୟାୟାମ ସୁବିଧା ଆଦିର ବ୍ୟବସ୍ଥା ମଧ୍ୟ ରହିଥିଲା।

The post ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ appeared first on Dharitri Odia News.