ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ
କଟକ,୧୩ା୨(କାର୍ତ୍ତିକ ସାହୁ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନବ ଦାସ ହତ୍ୟା ମାମଲାର ତଦନ୍ତ ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଲିଖିତ ଆକାରରେ ଦାଖଲ କରିବେ। ଆସନ୍ତା ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି […] The post ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ appeared first on Dharitri Odia News.
କଟକ,୧୩ା୨(କାର୍ତ୍ତିକ ସାହୁ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନବ ଦାସ ହତ୍ୟା ମାମଲାର ତଦନ୍ତ ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଲିଖିତ ଆକାରରେ ଦାଖଲ କରିବେ। ଆସନ୍ତା ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାନୁସାରେ, ନବ ଦାସଙ୍କ ହତ୍ୟା ଘଟଣା ସହ ଏକାଧିକ ପ୍ରସଙ୍ଗରେ ଆବେଦନରେ ଉଲ୍ଲେଖ ରହିଛି। ନବ ଦାସଙ୍କ ହତ୍ୟା ଘଟଣା ଏ ପର୍ଯ୍ୟନ୍ତ ପ୍ରହେଳିକା ଭିତରେ ରହିଯାଇଛି ବୋଲି ଆବେଦନକାରୀ ପିନାକପାଣି ମହାନ୍ତି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏଥିସହ ଚିଟ୍ଫଣ୍ଡ ସ୍କାମ୍ରେ ବିଜେଡିର ଅନେକ ନେତାଙ୍କ ସମ୍ପୃକ୍ତି ଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।
The post ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ appeared first on Dharitri Odia News.