ଧରିତ୍ରୀ ପ୍ରଭାବ: ଡାଳିମ୍ବ ଦିଗାଳଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା
ରାଇକିଆ,୧୦।୨(ପ୍ରଦୀପ ବେହେରା): ରାଇକିଆ ବ୍ଲକ ଗମାଣ୍ଡି ଗ୍ରାମର ଡାଳିମ୍ବ ଦିଗାଲଙ୍କ ବୟସ ୯୧ ହୋଇଥିଲେ ମଧ୍ୟ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଆବଶ୍ୟକୀୟ ପରିଚୟ ପତ୍ର ଦାଖଲ କରି ନ ପାରିବା ଯୋଗୁ ଅନୁମୋଦନ ପାଇଁ ଯାଇପାରି ନ ଥିଲା। ଏ ନେଇ ଚଳିତମାସ ୧୦ ତାରିଖ ଦିନ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ବୁଧବାର ଡାଳିମ୍ବ ଦିଗାଲଙ୍କୁ ବର୍ଦ୍ଧିତ ଭାବେ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରାଯାଇଛି। ଏ […] The post ଧରିତ୍ରୀ ପ୍ରଭାବ: ଡାଳିମ୍ବ ଦିଗାଳଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା appeared first on Dharitri Odia News.
ରାଇକିଆ,୧୦।୨(ପ୍ରଦୀପ ବେହେରା): ରାଇକିଆ ବ୍ଲକ ଗମାଣ୍ଡି ଗ୍ରାମର ଡାଳିମ୍ବ ଦିଗାଲଙ୍କ ବୟସ ୯୧ ହୋଇଥିଲେ ମଧ୍ୟ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଆବଶ୍ୟକୀୟ ପରିଚୟ ପତ୍ର ଦାଖଲ କରି ନ ପାରିବା ଯୋଗୁ ଅନୁମୋଦନ ପାଇଁ ଯାଇପାରି ନ ଥିଲା। ଏ ନେଇ ଚଳିତମାସ ୧୦ ତାରିଖ ଦିନ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ବୁଧବାର ଡାଳିମ୍ବ ଦିଗାଲଙ୍କୁ ବର୍ଦ୍ଧିତ ଭାବେ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରାଯାଇଛି।
ଏ ନେଇ ବିଏସଏସଓ ରାମକୃଷ୍ଣ ବେହେରା କହିଛନ୍ତି, ତାଙ୍କର ଆବଶ୍ୟକୀୟ କାଗଜ ପତ୍ର ମିଳିବା ପରେ ପ୍ରାଥମିକତା ଭିତ୍ତି ରେ ଅନୁମୋଦନ କରାଯାଇ ଏକ ସପ୍ତାହ ମଧ୍ୟ ରେ ଭତ୍ତା ପ୍ରଦାନ କରାଯାଇଛି। ଯେଉଁମାନେ କୌଣସି କାରଣରୁ ଭତ୍ତା ସଂପର୍କୀତ ସମସ୍ୟା ରହିଛି ତାହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ।
The post ଧରିତ୍ରୀ ପ୍ରଭାବ: ଡାଳିମ୍ବ ଦିଗାଳଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା appeared first on Dharitri Odia News.