ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦୁ ଯୋଡା ରାସ୍ତାରୁ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଏକ ଶାଳ ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ପିକଅପ୍‌ରେ ଥିବା ୪୦ ଖଣ୍ଡ ଚୌକାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉଦ୍ଧର୍‌ବ ହେବ ବୋଲି ରେଞ୍ଜର ବନ ବିହାରୀ ସର୍ଦାର କହିଛନ୍ତି। ସୂଚନା ଅନୁଯାୟୀ, ଏହି ଚୋରା ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଭ୍ୟାନଟି ଜୟପୁରରୁ ପାଟଣା ଆଡ଼କୁ ଆସୁଥିବାବେଳେ କେନ୍ଦୁଜୋଡା […] The post ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ appeared first on Dharitri Odia News.

ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦୁ ଯୋଡା ରାସ୍ତାରୁ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଏକ ଶାଳ ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ପିକଅପ୍‌ରେ ଥିବା ୪୦ ଖଣ୍ଡ ଚୌକାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉଦ୍ଧର୍‌ବ ହେବ ବୋଲି ରେଞ୍ଜର ବନ ବିହାରୀ ସର୍ଦାର କହିଛନ୍ତି।

ସୂଚନା ଅନୁଯାୟୀ, ଏହି ଚୋରା ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଭ୍ୟାନଟି ଜୟପୁରରୁ ପାଟଣା ଆଡ଼କୁ ଆସୁଥିବାବେଳେ କେନ୍ଦୁଜୋଡା ନିକଟରେ ବନ ବିଭାଗ ପୂର୍ବ ସୂଚନା ପାଇ ଜଗି ରହିଥିଲା। ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଡ୍ରାଇଭର ଓ ହେଲପର୍‌ ଗାଡ଼ି ଛାଡ଼ି ଅନ୍ଧାର ମଧ୍ୟରେ ଫେରାର ହୋଇଯାଇଥିଲେ। ଏହି ଚଢାଉରେ ରେଞ୍ଜର ବନ ବିହାରୀ ସର୍ଦାର, ପାଟଣା ବନପାଳ ପିଅନ ନାଏକ, ଗାର୍ଡ ଦିକପ ରଣା, ପାଟଣା ଓ ସାହାର ପଡ଼ା ପାରା ଷ୍ଟାଫ ସାମିଲ ହୋଇଥିଲେ।

The post ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ appeared first on Dharitri Odia News.