ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଦନ୍ତ ବିଭାଗ ଛାତ୍ର
ଚେନ୍ନାଇ,୧।୨: ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଡାକ୍ତରୀ ଛାତ୍ର। ଚେନ୍ନାଇର ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଘରେ ଗୁପ୍ତ ଭାବେ ସୁଟିଂ କରୁଥିବା ଅଭିଯୋଗରେ ଜଣେ ଦନ୍ତ ବିଭାଗର ଛାତ୍ରଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ଅନେକ ବର୍ଷ ବର୍ଷ ଧରି ସେଠାରେ ତାଙ୍କର ସ୍ୱାମୀଙ୍କ ସହିତ ଭଡା ଘରେ ରହୁଥିଲେ। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ମହିଳା ଜଣକ ନିଜ କୋଠରୀ ସଫା କରୁଥିବାବେଳେ ଏକ କଲମରୁ ଏକ ଲାଲ୍ […] The post ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଦନ୍ତ ବିଭାଗ ଛାତ୍ର appeared first on Dharitri Odia News.
ଚେନ୍ନାଇ,୧।୨: ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଡାକ୍ତରୀ ଛାତ୍ର। ଚେନ୍ନାଇର ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଘରେ ଗୁପ୍ତ ଭାବେ ସୁଟିଂ କରୁଥିବା ଅଭିଯୋଗରେ ଜଣେ ଦନ୍ତ ବିଭାଗର ଛାତ୍ରଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ଅନେକ ବର୍ଷ ବର୍ଷ ଧରି ସେଠାରେ ତାଙ୍କର ସ୍ୱାମୀଙ୍କ ସହିତ ଭଡା ଘରେ ରହୁଥିଲେ।
ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ମହିଳା ଜଣକ ନିଜ କୋଠରୀ ସଫା କରୁଥିବାବେଳେ ଏକ କଲମରୁ ଏକ ଲାଲ୍ ଆଲୋକ ଦେଖିଥିଲେ। ଏହାକୁ ଦେଖି ସେ ପ୍ରଥମେ ଭୟଭୀତ ହୋଇଯାଇଥିଲେ ଏବଂ ଏହା ବିଷୟରେ ସେ ସ୍ୱାମୀଙ୍କୁ ଜଣାଇଥିଲେ।
ଚାକିରିରୁ ମହଳାଙ୍କୁ ସ୍ୱାମୀ ଫେରି କଲମକୁ ଅନୁଧ୍ୟାନ କରି ଦେଖିବାରୁ ଏହା ଏକ କ୍ୟାମେରା ବୋଲି ଜଣା ପଡିଥିଲା। ଏହି ଦମ୍ପତି ଅଭିଯୋଗ କରିଛନ୍ତି ଯେ ‘କଲମ’ଟିରେ ଥିବା ସ୍ପାଏ କ୍ୟାମେରା ମହିଳାଙ୍କ ପୋଷାକ ବଦଳାଇବା ସମୟରେ ମହିଳାଙ୍କ ବିନା ଅନୁମତିରେ ରେକର୍ଡ ହେବାର ଅନେକ ଉଦାହରଣ ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ପୋଲିସର ସୂଚନାନୁସାରେ, ସ୍ପାଏ କ୍ୟାମେରା ମହିଳାଙ୍କ ଘରେ ଇବ୍ରାହିମ ନାମକ ଜଣେ ମେଡିକାଲ ଛାତ୍ରଙ୍କ ଦ୍ୱାରା ରଖାଯାଇଥିବା ଅଭିଯୋଗ ହୋଇଛି, ଯିଏ ବିଲଡିଂ ମାଲିକଙ୍କ ପୁଅ। ଅଭିଯୋଗ ପରେ ଇବ୍ରାହିମଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି।
The post ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଦନ୍ତ ବିଭାଗ ଛାତ୍ର appeared first on Dharitri Odia News.