ରାଇକିଆଠାରେ ବାହୁଡ଼ା ଯାତ୍ରା

ରାଇକିଆ, ,୫।୭(ପ୍ରଦୀପ ବେହେରା): ରାଇକିଆଠାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନର ତାଳେ ତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରଥ ଉପରକୁ ଆଣିଥିଲେ। ଅପରାହ୍ନ ସାଢ଼େ ଚାରିଟା […] The post ରାଇକିଆଠାରେ ବାହୁଡ଼ା ଯାତ୍ରା appeared first on Dharitri Odia News.

ରାଇକିଆଠାରେ ବାହୁଡ଼ା ଯାତ୍ରା

ରାଇକିଆ, ,୫।୭(ପ୍ରଦୀପ ବେହେରା): ରାଇକିଆଠାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନର ତାଳେ ତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରଥ ଉପରକୁ ଆଣିଥିଲେ। ଅପରାହ୍ନ ସାଢ଼େ ଚାରିଟା ବେଳେ ବିଶିଷ୍ଟ ବ୍ୟବସାୟୀ ସନ୍ଦୀପ ସାବତ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ପାଞ୍ଚଟା ସମୟରେ ରଥ ଟଣା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।

The post ରାଇକିଆଠାରେ ବାହୁଡ଼ା ଯାତ୍ରା appeared first on Dharitri Odia News.