ଆଡ଼ପ ମଣ୍ଡପରେ କଳ୍‌କି ଅବତାରରେ ଦର୍ଶନ ଦେଲେ ମହାବାହୁ

କୋରାପୁଟ,୧୪।୭(ଅମିତାଭ ବେହେରା): ନବଦିନାତ୍ମକ ଯାତ୍ରା ଶେଷ କରି ସୋମବାର ଶ୍ରୀମନ୍ଦିର ବାହୁଡିବେ ମହାବାହୁ। ଏହି ପରିପ୍ରେକ୍ଷୀରେ ରବିବାର କୋରାପୁଟ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବଡ଼ଠାକୁର ବଳଭଦ୍ର ଧଳାଘୋଡ଼ା ଏବଂ ମହାପ୍ରଭୁ ଜଗନ୍ନାଇ କାଳ ଘୋଡାରେ କଳ୍‌କି ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଠାକୁରଙ୍କୁ ଲକ୍ଷ୍ମୀ ନୃସିଂହ ବେଶ କରାଯାଇଥିଲା। ସନ୍ଧ୍ୟାରେ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଳା କରାଯାଇଥିଲା। ପ୍ରତିକୂଳ ପାଗ ଯୋଗୁ ସନ୍ଧ୍ୟା ଆଳତି […] The post ଆଡ଼ପ ମଣ୍ଡପରେ କଳ୍‌କି ଅବତାରରେ ଦର୍ଶନ ଦେଲେ ମହାବାହୁ appeared first on Dharitri Odia News.

ଆଡ଼ପ ମଣ୍ଡପରେ କଳ୍‌କି ଅବତାରରେ ଦର୍ଶନ ଦେଲେ ମହାବାହୁ

କୋରାପୁଟ,୧୪।୭(ଅମିତାଭ ବେହେରା): ନବଦିନାତ୍ମକ ଯାତ୍ରା ଶେଷ କରି ସୋମବାର ଶ୍ରୀମନ୍ଦିର ବାହୁଡିବେ ମହାବାହୁ। ଏହି ପରିପ୍ରେକ୍ଷୀରେ ରବିବାର କୋରାପୁଟ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବଡ଼ଠାକୁର ବଳଭଦ୍ର ଧଳାଘୋଡ଼ା ଏବଂ ମହାପ୍ରଭୁ ଜଗନ୍ନାଇ କାଳ ଘୋଡାରେ କଳ୍‌କି ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ସକାଳୁ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଠାକୁରଙ୍କୁ ଲକ୍ଷ୍ମୀ ନୃସିଂହ ବେଶ କରାଯାଇଥିଲା। ସନ୍ଧ୍ୟାରେ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଳା କରାଯାଇଥିଲା। ପ୍ରତିକୂଳ ପାଗ ଯୋଗୁ ସନ୍ଧ୍ୟା ଆଳତି ସମୟରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦୃଶ୍ୟ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସ୍ଥାନୀୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ କରାଯାଇଥିଲା।

The post ଆଡ଼ପ ମଣ୍ଡପରେ କଳ୍‌କି ଅବତାରରେ ଦର୍ଶନ ଦେଲେ ମହାବାହୁ appeared first on Dharitri Odia News.