ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହା ଜାଣିବା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। ଏଆଇ ପ୍ରସ୍ତୁତ ଉକ୍ତ ବିବାଦୀୟ ବିଜ୍ଞାପନରେ ଜଣେ ଯୁବତୀ ବସ୍‌୍‌ରେ ଯାଉଥିବାବେଳେ […] The post ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ appeared first on Dharitri Odia News.

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହା ଜାଣିବା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। ଏଆଇ ପ୍ରସ୍ତୁତ ଉକ୍ତ ବିବାଦୀୟ ବିଜ୍ଞାପନରେ ଜଣେ ଯୁବତୀ ବସ୍‌୍‌ରେ ଯାଉଥିବାବେଳେ ହାତରେ ଦୁଇଟି କମଳା ଧରିଛନ୍ତି। ତାଙ୍କ ଚାରିପଟେ ବୟସ୍କା ମହିଳାମାନେ ବସିଥିବାବେଳେ ଜଣେ ମହିଳାଙ୍କ ହାତରେ କମଳା ଝୁଡ଼ି ରହିଛି। ଉକ୍ତ ଫଟୋ ତଳେ ସ୍ଲୋଗାନ ଲେଖାଯାଇଛି, ‘ଚେକ୍‌ ୟୋର୍‌ ଅରେଞ୍ଜସ୍‌ ଓ୍ବାନ୍ସ ଏ ମନ୍ଥ’। ଯଦି ଆମେ ସ୍ତନ ଶବ୍ଦ ବ୍ୟବହାର କରିପାରିବା ନାହିଁ, ତେବେ ଦେଶରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା କିପରି ସୃଷ୍ଟି କରିବା ବୋଲି ଏକ ପୋଷ୍ଟରେ ଏକ୍ସ ଆକାଉଣ୍ଟ କନ୍‌ଫୁଡିଅସ୍‌ ସମାଲୋଚନା କରିଛି।

The post ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ appeared first on Dharitri Odia News.