ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର, ଏବେ ସମସ୍ତ ଗେଟ୍‌ ବନ୍ଦ

ସମ୍ଵଲପୁର ୨୧।୦୯ : ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର। ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି। ଶନିବାର ସକାଳ ୯ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ସୂଚନାନୁଯାୟୀ, ଶନିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୫୬ ହଜାର ୩୯୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୩୭,୩୩୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆଗକୁ ମୌସୁମୀ ଅବଧି ସରିବାକୁ ଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ ରହିଛି |

ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର, ଏବେ ସମସ୍ତ ଗେଟ୍‌ ବନ୍ଦ

ସମ୍ଵଲପୁର ୨୧।୦୯ : ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର। ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି। ଶନିବାର ସକାଳ ୯ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। 

ସୂଚନାନୁଯାୟୀ, ଶନିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୫୬ ହଜାର ୩୯୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୩୭,୩୩୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆଗକୁ ମୌସୁମୀ ଅବଧି ସରିବାକୁ ଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ ରହିଛି |