ଗୋଟିଏ ବର୍ଷରେ କଟକରେ ଜଳିଲାଣି ୪ ମୋ ବସ୍, କ୍ରୁଟ୍‌କୁ ନେଇ ଉଠିଲା ପ୍ରଶ୍ନ

କଟକ: ଗତକାଲି କଟକ ମଧୁପାଟଣା ଛକ ରେ ମୋ ବସ୍ ନିଆଁ ଲାଗିବା ଘଟଣା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ବର୍ଷରେ କଟକରେ ଚାରୋଟି ଚଳନ୍ତା ମୋ ବସ୍ ରେ ନିଆଁ ଲାଗିଛି। ରକ୍ଷଣା ବେକ୍ଷଣ ଅଭାବ ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ପ୍ରଧାନ ବସ୍ ସର୍ଭିସର ମାଲିକ। ଅନ୍ୟପଟେ ଏହି ଘଟଣା ଅତି ଚିନ୍ତା ଜନକ ଓ ଏହାର ସଠିକ୍ ତଦନ୍ତ ପାଇଁ କ୍ରୁଟକୁ ଚିଠି ଲେଖିବେ ବୋଲି କହିଛନ୍ତି ବାରବାଟି କଟକ ବିଧାୟିକା।ଗତ ଶନିବାର ରାତି ଠିକ୍ ୮ ଟା ସମୟରେ ଭୁବନେଶ୍ୱର ରୁ କଟକ ଆସୁଥିବା OD 33U 7111 ନମ୍ବର୍ ବିଶିଷ୍ଟ ମୋ ବସ୍ ଟି ମଧୁପାଟଣା ଛକ ନିକଟରେ ଖରାପ ହୋଇ ପଡ଼ିଥିଲା। ପାଖାପାଖି ୧ ଘଣ୍ଟା ଠିଆ ହେବା ପରେ ହଠାତ୍ ରାସ୍ତା ଉପରେ ହିଁ ବସଟିରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ସଂପୂର୍ଣ୍ଣ ବସ୍ ଟି ରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ବସ୍ ଟି ସଂପୂର୍ଣ୍ଣ ଜଳି ସାରିଥିଲା। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କଥା ଅନୁମାନ କରିଥିଲେ ଫାୟାର ଅଫିସର୍।Also read: CBI ନୋଟିସ୍ କରିଛି, କାର୍ଯ୍ୟାନୁଷ୍ଠାନ ହେବା ଭଳି ଲାଗୁନି କହିଲା କଂଗ୍ରେସ, ଡବଲ ଇଞ୍ଜିନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଭଲ କହିଲା ବିଜେଡି : ବିଜେପିର ମତ ଦୁର୍ନୀତି କଲେ କଡ଼ା କାର୍ଯ୍ୟାନୁଷ୍ଠାନଖାଲି ଗତକାଲିର ଘଟଣା ଗୋଟିଏ ନୁହେଁ ବରଂ ଏମିତି ପୂର୍ବରୁ ୩ ଥର ଚଳନ୍ତ

ଗୋଟିଏ ବର୍ଷରେ କଟକରେ ଜଳିଲାଣି ୪ ମୋ ବସ୍, କ୍ରୁଟ୍‌କୁ ନେଇ ଉଠିଲା ପ୍ରଶ୍ନ

କଟକ: ଗତକାଲି କଟକ ମଧୁପାଟଣା ଛକ ରେ ମୋ ବସ୍ ନିଆଁ ଲାଗିବା ଘଟଣା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ବର୍ଷରେ କଟକରେ ଚାରୋଟି ଚଳନ୍ତା ମୋ ବସ୍ ରେ ନିଆଁ ଲାଗିଛି। ରକ୍ଷଣା ବେକ୍ଷଣ ଅଭାବ ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ପ୍ରଧାନ ବସ୍ ସର୍ଭିସର ମାଲିକ। ଅନ୍ୟପଟେ ଏହି ଘଟଣା ଅତି ଚିନ୍ତା ଜନକ ଓ ଏହାର ସଠିକ୍ ତଦନ୍ତ ପାଇଁ କ୍ରୁଟକୁ ଚିଠି ଲେଖିବେ ବୋଲି କହିଛନ୍ତି ବାରବାଟି କଟକ ବିଧାୟିକା।

ଗତ ଶନିବାର ରାତି ଠିକ୍ ୮ ଟା ସମୟରେ ଭୁବନେଶ୍ୱର ରୁ କଟକ ଆସୁଥିବା OD 33U 7111 ନମ୍ବର୍ ବିଶିଷ୍ଟ ମୋ ବସ୍ ଟି ମଧୁପାଟଣା ଛକ ନିକଟରେ ଖରାପ ହୋଇ ପଡ଼ିଥିଲା। ପାଖାପାଖି ୧ ଘଣ୍ଟା ଠିଆ ହେବା ପରେ ହଠାତ୍ ରାସ୍ତା ଉପରେ ହିଁ ବସଟିରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ସଂପୂର୍ଣ୍ଣ ବସ୍ ଟି ରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ବସ୍ ଟି ସଂପୂର୍ଣ୍ଣ ଜଳି ସାରିଥିଲା। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କଥା ଅନୁମାନ କରିଥିଲେ ଫାୟାର ଅଫିସର୍।

Also read: CBI ନୋଟିସ୍ କରିଛି, କାର୍ଯ୍ୟାନୁଷ୍ଠାନ ହେବା ଭଳି ଲାଗୁନି କହିଲା କଂଗ୍ରେସ, ଡବଲ ଇଞ୍ଜିନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଭଲ କହିଲା ବିଜେଡି : ବିଜେପିର ମତ ଦୁର୍ନୀତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଖାଲି ଗତକାଲିର ଘଟଣା ଗୋଟିଏ ନୁହେଁ ବରଂ ଏମିତି ପୂର୍ବରୁ ୩ ଥର ଚଳନ୍ତା ବସରେ ନିଆଁ ଲାଗି ସାରିଛି। ଚଳିତ ବର୍ଷ ୨୮ ଜୁନ କଟକରୁ ପୁରୀ ଯାଉଥିବା ବେଳେ ସିଡିଏ ଠାରେ, ଜୁଲାଇ ୩ରେ ନେତାଜୀ ବସ୍ ଟର୍ମିନାଲ ପାଖେ ଓ ଅନ୍ୟଟି ଜଗତପୁର ଛକରେ ଅଗ୍ନିକାଣ୍ଡ ଘଟିଥିଲା।ଏହି ଚାରୋଟି ଘଟଣା ରେ ଦୁଇଟି ବସ୍ ସଂପୂର୍ଣ୍ଣ ଜଳି ଯାଇଥିଲା। କଟକ ଭୁବନେଶ୍ବର ମଧ୍ୟରେ ଦୈନିକ ୨୦୦ ରୁ ଉର୍ଦ୍ଧ୍ଵ ମୋବସ୍ ଯିବା ଆସିବା କରୁଥିବା ବେଳେ ଏହା ଉପରେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ଲୋକେ ନିର୍ଭର କରି ଥାଆନ୍ତି। ହେଲେ ଗତକାଲି ଭଳି ଘଟଣା ଓ ବାରମ୍ବାର ଏହିଭଳି ଅଗ୍ନିକାଣ୍ଡ ଘଟିବା କାରଣରୁ ଯାତ୍ରୀ ମାନଙ୍କ ମଧ୍ୟରେ ଭୟ ର ବାତାବରଣ ଖେଳିଯାଇଛି।

ତେବେ ବସ୍ ଗୁଡ଼ିକ ନୂଆ ହେଉ ଅବା ପୁରୁଣା ହେଉ ରୀତିମତ ଏହାର ଯାନ୍ତ୍ରିକ ତ୍ରୁଟିକୁ ଦେଖିବା ବିଭିନ୍ନ ସମୟରେ ସର୍ଟ ସର୍କିଟ ର ଭୟ ଥିବା ବେଳେ ବାରମ୍ବାର ୱାରିଂ କୁ ଯାଞ୍ଚ କରିବା ଆବଶ୍ୟକ । କିନ୍ତୁ କ୍ରୁଟ୍ କୌଣସି ନିର୍ଦ୍ଧିଷ୍ଟ ଡ୍ରାଇଭର ଙ୍କୁ ନଦେଇ ବାରମ୍ବାର ବଦଳିଆ ଡ୍ରାଇଭର ଦ୍ଵାରା ବସ୍ ଚଳାଉ ଥିବା କାରଣରୁ ଏହିଭଳି ଘଟଣା ଘଟୁଥିବା କଥା କହିଛନ୍ତି ପ୍ରଧାନ ବସ୍ ସର୍ଭିସ ର ମାଲିକ। 

Also read: ଇନ୍‌ସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡ଼ରେ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ଼ ଚିକିତ୍ସା : ସ୍ବାସ୍ଥ୍ୟମନ୍ତ୍ରୀ

ମୋ ବସ୍ ରେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦେଶ।  ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ଵରେ ଗଠିତ ଏକ କମିଟି ଏହି ଘଟଣାର ତଦନ୍ତ କରିବ । ଏହି କମିଟିରେ ଏମଭିଆଇ , କ୍ରୁଟର ଅପୋରେସନ ମ୍ୟାନେଜର, ଡିପୋ ମ୍ୟାନେଜର ଏବଂ ବସ୍ ଅପୋରେଟର ରହିଛନ୍ତି। ଏହାସହ ଏକ ବୈଷୟିକ ଟିମକୁ ମଧ୍ୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ହେଲେ ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ସୁଦ୍ଧା କୃଟ କର୍ତ୍ତୃପକ୍ଷ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନଥିବା ଘଟଣାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାରବାଟି ବିଧାୟିକା । ଯେତେ ଗୁଡ଼ିଏ ମୋ ବସ୍ ରହିଛି ସବୁ ଗୁଡ଼ିକର ଯାଞ୍ଚ କରାଯିବା ପାଇଁ ପଦକ୍ଷେପ ନେବା ପାଇଁ କୃଟ୍ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ୍।

ଖାଲି କଟକ ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ଅନ୍ୟ ସହରରେ ମଧ୍ୟ ମୋ ବସ୍ ନିଆଁ ଲାଗିଥିବାର ଅନେକ ଘଟଣା ନିକଟରେ ଆସିଥିବା ବେଳେ ବର୍ତ୍ତମାନ କୃଟ୍ କର୍ତ୍ତୃପକ୍ଷ ଏହା ଉପରେ ଅଧିକ ଧ୍ୟାନ ଦେବା ସହ ବସ୍ ଗୁଡ଼ିକର ସଠିକ ରକ୍ଷଣ ବେକ୍ଷଣ କରିବା ନିହାତି ଆବଶ୍ୟକ।