ଗୋଳନ୍ଥରା ଥାନା ରାଳବ ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା, ୬ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ଥାନା ରାଳବ ଗାଁରେ ବି. ସନ୍ତୋଷ ପାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା। ୬ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପି. ରାହୁଲ, ଡି. ବାଲୁ, ଡି. ନରସିଂହଲୁ, ପି. କୁରମେୟା, ପି. ଅଜିତ ଓ ପି. ଚନ୍ଦରେୟା। ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା ଓ କାତି ଜବତ କରିଛି ପୋଲିସ।ଏମାନଙ୍କ ମଧ୍ୟରୁ ୫ ଜଣକ ନାଁରେ ପୂର୍ବରୁ ଗୋଳନ୍ଥରା ଥାନାରେ ମାମଲା ରହିଛି।ସୂଚନାଥାଉକି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୫ ତାରିଖ ସନ୍ଧ୍ୟାରେ ଏହି ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ଗୁରୁତର ଆହତ ହୋଇପଡ଼ିଥିଲେ ସନ୍ତୋଷ। ବର୍ତ୍ତମାନ ସେ ବଡ଼ ମେଡିକାଲରେ ଚିକିତ୍ସତ ହେଉଛନ୍ତି ।

ଗୋଳନ୍ଥରା ଥାନା ରାଳବ ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା, ୬ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ଥାନା ରାଳବ ଗାଁରେ ବି. ସନ୍ତୋଷ ପାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା। ୬ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପି. ରାହୁଲ, ଡି. ବାଲୁ, ଡି. ନରସିଂହଲୁ, ପି. କୁରମେୟା, ପି. ଅଜିତ ଓ ପି. ଚନ୍ଦରେୟା। ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା ଓ କାତି ଜବତ କରିଛି ପୋଲିସ।ଏମାନଙ୍କ ମଧ୍ୟରୁ ୫ ଜଣକ ନାଁରେ ପୂର୍ବରୁ ଗୋଳନ୍ଥରା ଥାନାରେ ମାମଲା ରହିଛି।

ସୂଚନାଥାଉକି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୫ ତାରିଖ ସନ୍ଧ୍ୟାରେ ଏହି ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ଗୁରୁତର ଆହତ ହୋଇପଡ଼ିଥିଲେ ସନ୍ତୋଷ। ବର୍ତ୍ତମାନ ସେ ବଡ଼ ମେଡିକାଲରେ ଚିକିତ୍ସତ ହେଉଛନ୍ତି ।