କିଏ ସେହି ସଞ୍ଜୀବ ଖାନ୍ନା? ଯିଏ ହେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ନାଁ ସୁପାରିସ ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୭ା୧୦:  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କେନ୍ଦ୍ର ସରକାରଙ୍କୁ  ଆନୁଷ୍ଠାନିକ ସୁପାରିସ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। ନଭେମ୍ବର ୧୦ରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଅବସର ନେବାକୁ ଥିବାବେଳେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ପ୍ରସ୍ତାବ ଦିଆଯାଇଛି। ଥରେ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଜଷ୍ଟିସ ଖାନ୍ନା ୫୧ ତମ ମୁଖ୍ୟ […] The post କିଏ ସେହି ସଞ୍ଜୀବ ଖାନ୍ନା? ଯିଏ ହେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ନାଁ ସୁପାରିସ ପରେ ବଢୁଛି ଚର୍ଚ୍ଚା appeared first on Dharitri Odia News.

କିଏ ସେହି ସଞ୍ଜୀବ ଖାନ୍ନା? ଯିଏ ହେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ନାଁ ସୁପାରିସ ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୭ା୧୦:  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କେନ୍ଦ୍ର ସରକାରଙ୍କୁ  ଆନୁଷ୍ଠାନିକ ସୁପାରିସ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

ନଭେମ୍ବର ୧୦ରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଅବସର ନେବାକୁ ଥିବାବେଳେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ପ୍ରସ୍ତାବ ଦିଆଯାଇଛି।

ଥରେ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଜଷ୍ଟିସ ଖାନ୍ନା ୫୧ ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ୧୩ ମେ’ ୨୦୨୫ରେ ଅବସର ନ ହେବା ପର୍ଯ୍ୟନ୍ତ ୬ ମାସ ସଞ୍ଜୀବ କାର୍ଯ୍ୟ କରିବେ। ଜଷ୍ଟିସ ଖାନ୍ନା ୧୪ ମଇ ୧୯୬୦ରେ ଜନ୍ମଗ୍ରହଣ କରିଥିଲେ।

ସେ ୧୯୮୩ରେ ଦିଲ୍ଲୀର ବାର୍‌ କାଉନସିଲରେ ଆଡ୍‌ଭୋକେଟ୍‌ ଭାବରେ ନାମ ଲେଖାଇ ତାଙ୍କର ଆଇନଜୀବୀ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଟିସ୍‌ ହଜାରୀ ଜିଲ୍ଲା କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତରେ ଅଭ୍ୟାସ କରିଥିଲେ। ସାମ୍ବିଧାନିକ ଆଇନ, ଟିକସ, ଆର୍ବିଟ୍ରେସନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷଜ୍ଞ ଅଟନ୍ତି।

Justice Sanjiv Khanna is the next in line to be Chief Justice of India in accordance with the seniority norm. File photo

The post କିଏ ସେହି ସଞ୍ଜୀବ ଖାନ୍ନା? ଯିଏ ହେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ନାଁ ସୁପାରିସ ପରେ ବଢୁଛି ଚର୍ଚ୍ଚା appeared first on Dharitri Odia News.