ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଚାଲିଗଲା ଯୁବତୀଙ୍କ ଜୀବନ
ଭବାନୀପାଟଣା,୨୬।୯(ଉତ୍ତମ ଦାଶ): କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ ରାସ୍ତାର ଜଣେ ଯୁବତୀଙ୍କୁ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ସୂଚନା ମୁତାବକ, ଯୁବତୀ ଜଣକ ଘରେ ଅସୁସ୍ଥ ହୋଇପଡିଥିଲେ। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଆସଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଆସି ନ ପାରି ୫କି.ମି ଦୂରରେ […] The post ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଚାଲିଗଲା ଯୁବତୀଙ୍କ ଜୀବନ appeared first on Dharitri Odia News.
ଭବାନୀପାଟଣା,୨୬।୯(ଉତ୍ତମ ଦାଶ): କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ ରାସ୍ତାର ଜଣେ ଯୁବତୀଙ୍କୁ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ସୂଚନା ମୁତାବକ, ଯୁବତୀ ଜଣକ ଘରେ ଅସୁସ୍ଥ ହୋଇପଡିଥିଲେ। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଆସଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଆସି ନ ପାରି ୫କି.ମି ଦୂରରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଯୁବତୀଙ୍କୁ ଧରି ଚାଳିକି ଆମ୍ବୁଲାନ୍ସ ପାଖକୁ ଆସୁଥିଲେ। ହେଲେ ଆମ୍ବୁଲାନ୍ସ ପାଖକୁ ଆଣିବା ପୂର୍ବରୁ ଅଧା ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ମୃତଦେହ ଧରି ଅଧାବାଟରୁ ଘରକୁ ଫେରିଯାଇଥିବା ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଚାଲିଗଲା ଯୁବତୀଙ୍କ ଜୀବନ appeared first on Dharitri Odia News.