ଗାଈଙ୍କ ଆଶ୍ରୟଦାତା ଉମାମହେଶ୍ୱର

ଖମ୍ମାମ: ତେଲଙ୍ଗାନାର ଡମ୍ମାପେଟ୍‌ ମଣ୍ଡଳ ନିବାସୀ ୫୭ ବର୍ଷୀୟ ଚାଷୀ କୌଟା ଉମାମହେଶ୍ୱର ରାଓଙ୍କ ପାଇଁ ଗାଈମାନେ ଦେବୀଙ୍କଠାରୁ କମ୍‌ ନୁହନ୍ତି। ସେ ଓ ତାଙ୍କ ପରିବାର ନିଃସ୍ବାର୍ଥପର ଭାବରେ ଗାଈଗୁଡ଼ିକର ଯତ୍ନ ନେବା ସହ ସେମାନଙ୍କୁ ସ୍ନେହ ଦେଇଥାନ୍ତି। ହାଇଦ୍ରାବାଦର ସ୍ଲାଟରହାଉସ୍‌କୁ ଯାଉଥିବା ଗୋରୁଗୁଡ଼ିକୁ ପୋଲିସ ଉଦ୍ଧାର କରିବା ପରେ ଉମାମହେଶ୍ୱର ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଆସୁଛନ୍ତି। ଏହି ମାନବୀୟ କାର୍ଯ୍ୟ ପାଇଁ ଉମାମହେଶ୍ୱର ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। କୃଷି କାର୍ଯ୍ୟ ସହ ସେ […] The post ଗାଈଙ୍କ ଆଶ୍ରୟଦାତା ଉମାମହେଶ୍ୱର appeared first on Dharitri Odia News.

ଗାଈଙ୍କ ଆଶ୍ରୟଦାତା ଉମାମହେଶ୍ୱର

ଖମ୍ମାମ: ତେଲଙ୍ଗାନାର ଡମ୍ମାପେଟ୍‌ ମଣ୍ଡଳ ନିବାସୀ ୫୭ ବର୍ଷୀୟ ଚାଷୀ କୌଟା ଉମାମହେଶ୍ୱର ରାଓଙ୍କ ପାଇଁ ଗାଈମାନେ ଦେବୀଙ୍କଠାରୁ କମ୍‌ ନୁହନ୍ତି। ସେ ଓ ତାଙ୍କ ପରିବାର ନିଃସ୍ବାର୍ଥପର ଭାବରେ ଗାଈଗୁଡ଼ିକର ଯତ୍ନ ନେବା ସହ ସେମାନଙ୍କୁ ସ୍ନେହ ଦେଇଥାନ୍ତି। ହାଇଦ୍ରାବାଦର ସ୍ଲାଟରହାଉସ୍‌କୁ ଯାଉଥିବା ଗୋରୁଗୁଡ଼ିକୁ ପୋଲିସ ଉଦ୍ଧାର କରିବା ପରେ ଉମାମହେଶ୍ୱର ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଆସୁଛନ୍ତି। ଏହି ମାନବୀୟ କାର୍ଯ୍ୟ ପାଇଁ ଉମାମହେଶ୍ୱର ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। କୃଷି କାର୍ଯ୍ୟ ସହ ସେ ଶ୍ରୀକ୍ରିଷ୍ଣସାଇ ଗୋଶାଳା ପ୍ରତିଷ୍ଠା କରିଛନ୍ତି। ଉକ୍ତ ଗୋଶାଳାରେ ୮୦ଟି ଗାଈଙ୍କୁ ଆଶ୍ରୟ ଦିଆଯାଇଛି। ଏଥିପାଇଁ ସେ ମାସିକ ଲକ୍ଷେ ଟଙ୍କା ଖର୍ଚ୍ଚ କରିଥାନ୍ତି।

The post ଗାଈଙ୍କ ଆଶ୍ରୟଦାତା ଉମାମହେଶ୍ୱର appeared first on Dharitri Odia News.