୮୩ ଅଭିଯୋଗର ଶୁଣାଣି କଲେ ଜିଲାପାଳ
ନୂଆପଡ଼ା,୨୨।୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ମଧୁସୂଦନ ଦାସଙ୍କ ସମେତ ଉପଖଣ୍ଡ ପୋଲିସ ଅଧିକାରୀ ମାର୍ଷାରାଣୀ ପୂର୍ତ୍ତି, ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଗୁରୁ ପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷା ମାଧୟରୀ ମାଝି, ବିଡିଓ କର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝି ପ୍ରମୁଖ […] The post ୮୩ ଅଭିଯୋଗର ଶୁଣାଣି କଲେ ଜିଲାପାଳ appeared first on Dharitri Odia News.
ନୂଆପଡ଼ା,୨୨।୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ମଧୁସୂଦନ ଦାସଙ୍କ ସମେତ ଉପଖଣ୍ଡ ପୋଲିସ ଅଧିକାରୀ ମାର୍ଷାରାଣୀ ପୂର୍ତ୍ତି, ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଗୁରୁ ପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷା ମାଧୟରୀ ମାଝି, ବିଡିଓ କର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ସିନାପାଲି ବ୍ଲକର ବିଭିନ୍ନ ଗାଁରୁ ମୋଟ ୮୩ ଅଭିଯୋଗ ଆସିଥିଲା। ୭ ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା, ୩ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ଓ ୨ଟି ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପଟ୍ଟା ପ୍ରଦାନ କରାଯାଇଥିଲା। ପରେ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଗୋର୍ଲା ପଞ୍ଚାୟତଠାରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସେହିପରି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଏକ ଶିବିର କରି ୧୦୩ ଗୃହପାଳିତ ପ୍ରାଣୀର ଚିକିତ୍ସା କରାଯାଇଥିଲା ା ଡେପୁଟି କଲେକ୍ଟର ହେମନ୍ତ ପୁଟା ଶିବିର ପରିଚାଳନା କରିଥିଲେ।
The post ୮୩ ଅଭିଯୋଗର ଶୁଣାଣି କଲେ ଜିଲାପାଳ appeared first on Dharitri Odia News.