୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୨ରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ୪ ଭାଇଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ଜେଲରେ ଥିବା ୫ ଅଭିଯୁକ୍ତଙ୍କୁ ସୋମବାର କଡା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା। ଆସ୍କା ଅତିରିକ୍ତ ଜିଲା ଜଜ (ଏଡିଜେ) ପ୍ରବୀର କୁମାର ଚୌଧୁରୀ […] The post ୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ appeared first on Dharitri Odia News.
ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୨ରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ୪ ଭାଇଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ଜେଲରେ ଥିବା ୫ ଅଭିଯୁକ୍ତଙ୍କୁ ସୋମବାର କଡା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା। ଆସ୍କା ଅତିରିକ୍ତ ଜିଲା ଜଜ (ଏଡିଜେ) ପ୍ରବୀର କୁମାର ଚୌଧୁରୀ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଚିତ୍ର ଓରଫ ଚେତନ ସେଠୀ, ସନ୍ତୋଷ ସ୍ବାଇଁ, ବାହନ ପତି ଓରଫ ବେହେରା, ସାଧୁ ଓରଫ ଅମୀୟ କୁମାର ସ୍ବାଇଁ, ମିଳନ ସ୍ବାଇଁ।
ଏଥିସହ ପ୍ରତ୍ୟେକ ୧୦ହଜାର ଲେଖାଏ ଜରିମାନା ଦେବାକୁ ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଉକ୍ତ ମାମଲାର ପରିଚାଳନା ପାଇଁ ନିଯୁକ୍ତି ପାଇଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି ) ତ୍ରିଲୋଚନ ପରିଢା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁଙ୍କ ତିନିପୁଅ ରାଜା ସ୍ବାଇଁ, ପାଣ୍ଡବ ସୱାଇଁ, ଶମ୍ଭୁ ସ୍ବାଇଁ ଓ ପୁତୁରା ଚନ୍ଦନ ସ୍ବାଇଁ ପିତ୍ତଳ ଛକରେ ଏକ ଫାଷ୍ଟଫୁଡ଼ ଦୋକାନ କରିଥିଲେ। ଗତ ୨୦୨୨ ମାର୍ଚ୍ଚ ୨୨ରେ ତାଙ୍କ ଦୋକାନ ସମ୍ମୁଖରେ ଏକ ଝିଅକୁ କମେଣ୍ଟ ମରାକୁ ଉକ୍ତ ୪ ଭାଇ ବିରୋଧ କରିଥିଲେ। ଯାହାକୁ ନେଇ ସେମାନଙ୍କୁ ସେଠାରେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ମୃତ ରାଜାଙ୍କ ବାପା ମଙ୍ଗୁଳୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୧୧୪/୨୨ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।
The post ୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ appeared first on Dharitri Odia News.