ବଜାରରେ ବଜାଜ୍ର ଅଲ୍ ନ୍ୟୁ ବଜାଜ୍ ଗୋଗୋ
ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍ର ନୂତନ ଇଲେକ୍ଟ୍ରିକ୍ ଅଟୋ ‘ଅଲ୍ ନ୍ୟୁ ବଜାଜ୍ ଗୋଗୋ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଅପରପକ୍ଷରେ ‘ବଜାଜ୍ ଗୋଗୋ’ର ଶୁଭାରମ୍ଭ ସହ କମ୍ପାନୀ ଇଲେକ୍ଟ୍ରିକ୍ ୩ ଚକିଆ ସେଗ୍ମେଣ୍ଟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଆଗାମୀ ମାସରେ ବଜାଜ୍ ଗୋଗୋ ମଧ୍ୟ ଏହାର ମାଲବାହୀ ଭାରିଆଣ୍ଟର ଶୁଭାରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ […] The post ବଜାରରେ ବଜାଜ୍ର ଅଲ୍ ନ୍ୟୁ ବଜାଜ୍ ଗୋଗୋ appeared first on Dharitri Odia News.
ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍ର ନୂତନ ଇଲେକ୍ଟ୍ରିକ୍ ଅଟୋ ‘ଅଲ୍ ନ୍ୟୁ ବଜାଜ୍ ଗୋଗୋ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଅପରପକ୍ଷରେ ‘ବଜାଜ୍ ଗୋଗୋ’ର ଶୁଭାରମ୍ଭ ସହ କମ୍ପାନୀ ଇଲେକ୍ଟ୍ରିକ୍ ୩ ଚକିଆ ସେଗ୍ମେଣ୍ଟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଆଗାମୀ ମାସରେ ବଜାଜ୍ ଗୋଗୋ ମଧ୍ୟ ଏହାର ମାଲବାହୀ ଭାରିଆଣ୍ଟର ଶୁଭାରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ ବଜାଜ୍ ଗୋଗୋ ୩ଟି ଭାରିଆଣ୍ଟ ‘ପି ୫୦୦୯, ପି ୫୦୧୨ ଏବଂ ପି ୭୦୧୨’ ମଡେଲରେ ଉପଲବ୍ଧ ହେଉଛି। ଏପରିକି ଏହି ପ୍ରକାର ନାମକରଣରେ ‘ପି’ ଅର୍ଥାତ୍ ପାସେଞ୍ଜର ୫୦ ଓ ୭୦ ଆକାରର ସୂଚକ ହୋଇଥିବା ବେଳେ ୦୯ ଓ ୧୨ ଯଥାକ୍ରମେ ୯ କିଲୋୱାଟ୍ ଓ ୧୨ କିଲୋୱାଟ୍ ବ୍ୟାଟେରି କ୍ଷମତାକୁ ଦର୍ଶାଉଛି। ବଜାଜ୍ ଅଟୋ ବିଶ୍ୱସନୀୟ, ଗ୍ରାହକ ଅନୁକୂଳ ଗାଡ଼ି ଏବଂ ଏକ ବ୍ୟାପକ ଉପଲବ୍ଧତା ସହିତ ୨୦ରୁ ଅଧିକ ବର୍ଷ ଧରି ୩ ଚକିଆ ଶିଳ୍ପର ସ୍ବଚ୍ଛ ଇନ୍ଧନ ବିପ୍ଳବର ନେତୃତ୍ୱ ନେଇଛି।
ଏ ସମ୍ପର୍କରେ ବଜାଜ୍ ଅଟୋ ଲିମିଟେଡ୍ର ଇଣ୍ଟ୍ରା ସିଟି ବିଜ୍ନେସ୍ ୟୁନିଟ୍ର ପ୍ରେସିଡେଣ୍ଟ ସମରଦୀପ ସୁବନ୍ଧ କହିଥିଲେ, ଆମେ ଆମର ନୂତନ ମଡେଲ ତଥା ତିନିଚକିଆ ଯାନର ଅଲ୍ ଇଲେକ୍ଟ୍ରିକ୍ ବଜାଜ ଗୋ ଗୋ ରେଞ୍ଜର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏହି ସେଗ୍ମେଣ୍ଟ ପାଇଁ ଏହା ନୂଆ ମାନଦଣ୍ଡ ସ୍ଥାପନ କରିବ। ୨୫୧ କି.ମି. ପର୍ଯ୍ୟନ୍ତ ପ୍ରମାଣିତ ରେଞ୍ଜ ସହ ସେଣ୍ଟ ଫାଷ୍ଟ ବୈଶିଷ୍ଟ୍ୟ ଏବଂ ବିଶ୍ୱସ୍ତ ବଜାଜ ବିଶ୍ୱସନୀୟତା ସେବା ବଜାଜ୍ ଗୋ ଗୋ ଅଧିକରୁ ଅଧିକ ରୋଜଗାର କରିବା ଏବଂ ଡାଉନ ଟାଇମ୍ ତଥା ରକ୍ଷଣା ବେକ୍ଷଣର ଅସୁବିଧାକୁ ହ୍ରାସ କରିବାପାଇଁ ଚାହୁଁଥିବା ଗ୍ରାହକମାନଙ୍କୁ ଏହା ଏକ ବ୍ୟାପକ ସମାଧାନ ପ୍ରଦାନ କରିବ। ତିନିଚକିଆ ଯାନ ପାଇଁ ୭୫ବର୍ଷରୁ ଅଧିକ ବର୍ଷର ବିଶ୍ୱାସ ଉପଯୁକ୍ତ ଜ୍ଞାନକୌଶଳ ଦ୍ୱାରା ସମର୍ଥିତ ବଜାଜ୍ ଗୋ ଗୋ ମାଲିକ ଯାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦ ରହିଛି।
The post ବଜାରରେ ବଜାଜ୍ର ଅଲ୍ ନ୍ୟୁ ବଜାଜ୍ ଗୋଗୋ appeared first on Dharitri Odia News.