ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ
ରାଉରକେଲା,୧୧।୩(ଦିନେଶ ମିଶ୍ର):ରାଉରକେଲା ସେକ୍ଟର-୨୦ସ୍ଥିତ ରାଇଜିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଂ କ୍ଲବ ମଧ୍ୟରେ ଖେଳାଯାଇଥିଲା। ୩ଟି ସେଟ୍ ବିଶିଷ୍ଟ ଏହି ମ୍ୟାଚ୍ ପ୍ରତିଦ୍ୱନ୍ଦିତାମୂଳକ ହେବା ସହ ସିଧାସଳଖ ପ୍ରଥମ ଓ ଦ୍ୱିତୀୟ ସେଟ୍ରେ ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱରକୁ ୨-୦ ଗୋଲରେ ହରାଇ ରାଇଜିଂ କ୍ଲବ ହରାଇ ଚଳିତ ବର୍ଷ ଚାମ୍ପିୟନ ହୋଇଥିଲା। ଫ ାଇନାଲ ମ୍ୟାଚ୍ରେ ପୂର୍ବତନ ବିଧାୟକ […] The post ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ appeared first on Dharitri Odia News.
ରାଉରକେଲା,୧୧।୩(ଦିନେଶ ମିଶ୍ର):ରାଉରକେଲା ସେକ୍ଟର-୨୦ସ୍ଥିତ ରାଇଜିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଂ କ୍ଲବ ମଧ୍ୟରେ ଖେଳାଯାଇଥିଲା।
୩ଟି ସେଟ୍ ବିଶିଷ୍ଟ ଏହି ମ୍ୟାଚ୍ ପ୍ରତିଦ୍ୱନ୍ଦିତାମୂଳକ ହେବା ସହ ସିଧାସଳଖ ପ୍ରଥମ ଓ ଦ୍ୱିତୀୟ ସେଟ୍ରେ ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱରକୁ ୨-୦ ଗୋଲରେ ହରାଇ ରାଇଜିଂ କ୍ଲବ ହରାଇ ଚଳିତ ବର୍ଷ ଚାମ୍ପିୟନ ହୋଇଥିଲା। ଫ
ାଇନାଲ ମ୍ୟାଚ୍ରେ ପୂର୍ବତନ ବିଧାୟକ ସୁବ୍ରତ ତରାଇ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ପ୍ରତିଯୋଗିତାର ତୃତୀୟ ସ୍ଥାନରେ ଥିବା ଭଦ୍ରକ ଦଳ ଓ ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ରାଉରକେଲା ଓପନ ଭଲିବଲ ପ୍ରତିଯୋଗିତାରେ କୁତ୍ରା ଦଳକୁ ଚାମ୍ପିୟନ ଓ ପ୍ରଶାନ୍ତ ସିଂ ମେମୋରିଆଲ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଚାମ୍ପିୟନ ଦଳ ଗ୍ରାସ୍ରୁଟ ରାଇଜିଂ କ୍ଲବକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ରାଇଜିଂ କ୍ଲବର ସାଙ୍ଗଠନିକ ସମ୍ପାଦକ ଶିଶିର ସାହୁ ଏହାକୁ ପରିଚାଳନା କରିଥିଲେ। ଦେବୀ ପ୍ରସାଦ ମିଶ୍ର, ଅମର ଦାସ, ମାନସ ନାୟକ, ବିରେନ ପ୍ରଧାନ, ସୁଶାନ୍ତ ସାହୁ, ସୌଭାଗ୍ୟ ମିଶ୍ର, ରାକେଶ ସ୍ବାଇଁ, ଜୟନ୍ତ ମହାରଣା, ଟୁଟୁ ସ୍ବାଇଁ, ପପୁ ସାମନ୍ତରାଏ ପ୍ରମୁଖ ସହଯୋଗ କରିଥିଲେ।
The post ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ appeared first on Dharitri Odia News.