ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ
ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ ହୋଇ ରହିଛି। ଶରଦ ପାୱାରଙ୍କ ଝିଅ ଏବଂ ବୋହୂ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି କାରଣରୁ ଏଠାରେ ସମଗ୍ର ରାଜନୀତି ଜଟିଳ ହୋଇଛି। ଭୋଟରମାନେ ମଧ୍ୟ ବହୁତ ଦ୍ୱନ୍ଦ୍ୱରେ ଥିବା କୁହାଯାଉଛି। ଏହି ସମୟରେ ମଙ୍ଗଳବାର ଭୋଟ ଦେବା ପରେ ଏନସିପି ନେତା ଶରଦ ପାୱାରଙ୍କ ଦଳର ପ୍ରାର୍ଥୀ ସୁପ୍ରିୟା […] The post ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ appeared first on Dharitri Odia News.
ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ ହୋଇ ରହିଛି। ଶରଦ ପାୱାରଙ୍କ ଝିଅ ଏବଂ ବୋହୂ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି କାରଣରୁ ଏଠାରେ ସମଗ୍ର ରାଜନୀତି ଜଟିଳ ହୋଇଛି। ଭୋଟରମାନେ ମଧ୍ୟ ବହୁତ ଦ୍ୱନ୍ଦ୍ୱରେ ଥିବା କୁହାଯାଉଛି। ଏହି ସମୟରେ ମଙ୍ଗଳବାର ଭୋଟ ଦେବା ପରେ ଏନସିପି ନେତା ଶରଦ ପାୱାରଙ୍କ ଦଳର ପ୍ରାର୍ଥୀ ସୁପ୍ରିୟା ସୁଲେ ତାଙ୍କ ଭାଇ ଅଜିତ ପାୱାରଙ୍କ ଘରେ ପହଞ୍ଚିଥିଲେ। ସେ ଅଜିତ ପାୱାରଙ୍କ ବାସଭବନରେ ପ୍ରବେଶ କରିଥିଲେ। ତାଙ୍କର ଏହି ଗସ୍ତ ରାଜନୈତିକ ମହଲରେ ଅନେକ ଆଲୋଚନାର କାରଣ ହୋଇଛି। ଅଜିତ ପାୱାରଙ୍କ ଝିଅ ସୁନେତ୍ରା ପାୱାର ଏଠାରୁ ଏନସିପି ପ୍ରାର୍ଥୀ ଅଟନ୍ତି।
ସୁପ୍ରିୟା ସୁଲେ କାଟେୱାଡିରେ ତାଙ୍କ ଘରେ ପହଞ୍ଚିଥିଲେ। ତା’ପରେ ଭୋଟ ଦେବା ପରେ ସେ ଅଜିତ ଦାଦାଙ୍କ ଘରେ ପହଞ୍ଚିଥିଲେ। ଏହା ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ହୋଇଛି। ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ଯେତେବେଳେ ସୁପ୍ରିୟା ସୁଲେ କହିଛନ୍ତି ଯେ ସେ ଅଜିତ ଦାଦାଙ୍କ ଘରକୁ ଯାଇ ତାଙ୍କ ମାଉସୀଙ୍କୁ ଭେଟିଥିଲେ।
ଭୋଟ ଦେବା ପରେ ସୁପ୍ରିୟା ଆଶାଦେବୀ ପାୱାରଙ୍କୁ ଭେଟିଥିଲେ। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଜିତ ପାୱାର ସେତେବେଳେ ଘରେ ନଥିଲେ। ସେଥିପାଇଁ ସୁପ୍ରିୟା ସୁଲେ, ଅଜିତ ପାୱାରଙ୍କୁ ଭେଟି ପାରିନଥିଲେ। ବାରାମତି ଲୋକ ସଭା ନିର୍ବାଚନମଣ୍ଡଳୀରେ ସକାଳ ୯ ଟା ପର୍ଯ୍ୟନ୍ତ ୫.୭୭ ପ୍ରତିଶତ ମତଦାନ ହୋଇଥିଲା। ବାରାମତି ବିଧାନସଭା ନିର୍ବାଚନମଣ୍ଡଳୀରେ ୭.୭୫ପ୍ରତିଶତ ଭୋଟ ଏବଂ ପୁନ୍ଦର ବିଧାନସଭା ନିର୍ବାଚନରେ ୪.୯୪ ପ୍ରତିଶତ ଭୋଟ ଦିଆଯାଇଛି।
The post ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ appeared first on Dharitri Odia News.