New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ
ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ କମ୍ ହୋଇଥିବା ବେଳେ ଗାଡ଼ି ଚଳାଇବା ନେଇ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଟ୍ରାଫିକ ନିୟମ ପୂର୍ବଠାରୁ ଅଧିକ କଠିନ ହୋଇଛି। ଏହାଛଡ଼ା ଆଧାରରେ ମାଗଣା ଅନଲାଇନ୍ ଅପଡେଶନ ଲାଗି ଜୁନ ୧୪ ଯାଏ ସମୟ ମିଳିଛି। ଆସନ୍ତୁ ଏଭଳି କିଛି ଜରୁରୀ ନିୟମ ବିଷୟରେ ଜାଣିବା, ଯାହାକୁ ଆପଣ ଜାଣିନେବା ଉଚିତ। -ଆଧାର କାର୍ଡ […] The post New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ appeared first on Dharitri Odia News.
ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ କମ୍ ହୋଇଥିବା ବେଳେ ଗାଡ଼ି ଚଳାଇବା ନେଇ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଟ୍ରାଫିକ ନିୟମ ପୂର୍ବଠାରୁ ଅଧିକ କଠିନ ହୋଇଛି। ଏହାଛଡ଼ା ଆଧାରରେ ମାଗଣା ଅନଲାଇନ୍ ଅପଡେଶନ ଲାଗି ଜୁନ ୧୪ ଯାଏ ସମୟ ମିଳିଛି। ଆସନ୍ତୁ ଏଭଳି କିଛି ଜରୁରୀ ନିୟମ ବିଷୟରେ ଜାଣିବା, ଯାହାକୁ ଆପଣ ଜାଣିନେବା ଉଚିତ।
-ଆଧାର କାର୍ଡ ଅପ୍ଡେଟ୍:
ୟୁଆଇଡିଏଆଇ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବାର ଡେଡଲାଇନ୍କୁ ବଢ଼ାଇ ଜୁନ ୧୪ କରିଦେଇଥିଲା। ଏହାକୁ ଅନେକ ଥର ଆଗକୁ ବଢ଼ାଯାଇଛି। ଏଣୁ ଏହାକୁ ଆଉ ଆଗକୁ ବଢ଼ାଇବାର ସମ୍ଭାବନା କମ୍। ଏହାକୁ ମାଗଣାରେ ଅପ୍ଡେଟ୍ କରାଇବା ଲାଗି କାର୍ଡଧାରୀଙ୍କ ପାଖରେ କିଛି ଦିନର ସମୟ ରହିଛି। ଏହାପରେ ଆଧାର କେନ୍ଦ୍ର ଯାଇ ଅପଡେଟ୍ କରାଇବା ଲାଗି ପ୍ରତି ଅପଡେଟ୍ ପିଛା ୫୦ ଟଙ୍କା ଦେବାକୁ ହେବ।
-ଟ୍ରାଫିକ ନିୟମ ଏବଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ:
ଜୁନ ପହିଲାରୁ ଡ୍ରାଇଭିଂ ସ୍କୁଲରେ ଡ୍ରାଇଭିଂ ଟେଷ୍ଟ ହୋଇପାରିବ। ଏଯାବତ ଏହି ଟେଷ୍ଟ କେବଳ ଆର୍ଟିଓ ପକ୍ଷରୁ ଜାରି ସରକାରୀ ସେଣ୍ଟରରେ ହେଉଥିଲା। ଏବେ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ରେ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରିଥିବା ଲୋକଙ୍କର ଡ୍ରାଇଭିଂ ଟେଷ୍ଟ ହେବ। ତାଙ୍କୁ ଲାଇସେନ୍ସ ମିଳିବ। ଏହାଛଡ଼ା ଜୁନ ୧ରୁ ନୂଆ ପରିବହନ ନିୟମ ଲାଗୁ ହେଉଛି। ଏହାର ଉଲ୍ଲଂଘନ କଲେ ଆପଣଙ୍କୁ ଜରିମାନା ଗଣିବାକୁ ହେବ। ନୂଆ ନିୟମ ଅନୁଯାୟୀ ଯଦି କେହି ଦ୍ରୁତ ଗତିରେ ଗାଡ଼ି ଚଳାନ୍ତି ତେବେ ତାଙ୍କୁ ୧୦୦୦ରୁ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ। ସେହିଭଳି ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ। ହେଲମେଟ୍ ପିନ୍ଧି ନ ଥିଲେ ୧୦୦ ଟଙ୍କା ଜରିମାନା, ସିଟ୍ ବେଲ୍ଟ ପିନ୍ଧି ନ ଥିଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ।
-ବ୍ୟାଙ୍କ ଛୁଟି: ଜୁନ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ରବିବାର,ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ୬ ଦିନ ବନ୍ଦ ରହିବ। ବାକି ୪ ଦିନ ପର୍ବକୁ ନେଇ ବନ୍ଦ ରହିବ। ଜୁନ୍ ୧୫ରେ ରଜ ସଂଙ୍କ୍ରାନ୍ତି ଏବଂ ଜୁନ ୧୭ରେ ଇଲ-ଉଲ-ଅଧା ଭଳି ଅନ୍ୟ ଛୁଟି ରହିଛି। କିଛି ରାଜ୍ୟ ଛାଡ଼ିଦେଲେ ଦେଶର ପ୍ରାୟ ସମସ୍ତ ବ୍ୟାଙ୍କରେ ଏହା ଲାଗୁ ହେବ।
-ଏସ୍ବିଆଇ କ୍ରେଡିଟ୍ କାର୍ଡ: ଜୁନ ପହିଲାରୁ ଏସ୍ବିଆଇ କ୍ରେଡିଟ୍ କାର୍ଡ ନିୟମ ବଦଳିବାକୁ ଯାଉଛି। ତଦନୁଯାୟୀ, ଜୁନ ୨୦୨୪ରୁ କିଛି କ୍ରେଡିଟ୍ କାର୍ଡ ପାଇଁ ସରକାରଙ୍କ ସମ୍ବନ୍ଧିୟ ଟ୍ରାନ୍ଜାକ୍ସନରେ ରିଓ୍ବାର୍ଡ ପଏଣ୍ଟ ଲାଗୁ ହେବ ନାହିଁ। ଏଥିରେ ଷ୍ଟେଟ୍ ବ୍ୟାଙ୍କର ଆରମ୍, ଏସବିଆଇ କାର୍ଡ ଏଲିଟ୍, ଏସ୍ବିଆଇ କାର୍ଡ ଏଲିଟ୍ ଆଡଭାଣ୍ଟେଜ୍ , ଏସ୍ବିଆଇ କାର୍ଡ ପ୍ଲସ, ସିମ୍ପଲିକ୍ଲିକ ଏସ୍ବିଆଇ କାର୍ଡ, ଏସ୍ବିଆଇ ଆଡଭାଣ୍ଟେଜ୍ ଏସ୍ବିଆଇ କାର୍ଡ ଏବଂ ଏସ୍ବିଆଇ କାର୍ଡ ପ୍ରାଇମ୍ ସମେତ ଅନ୍ୟ କାର୍ଡ ସାମିଲ ଅଛି।
The post New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ appeared first on Dharitri Odia News.