ଉତ୍ତମ ଛାତ୍ର ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନୂଆପଡ଼ା,୨।୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସରସ୍ବତୀ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲାପାଳ ମଧୁସୂଦନ ଦାସ ମୁଖ୍ୟଅତିଥି, ପୂର୍ବତନ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗ ସମ୍ପାଦକ ରୁଦ୍ର ମାଧବ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ […] The post ଉତ୍ତମ ଛାତ୍ର ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.
ନୂଆପଡ଼ା,୨।୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସରସ୍ବତୀ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲାପାଳ ମଧୁସୂଦନ ଦାସ ମୁଖ୍ୟଅତିଥି, ପୂର୍ବତନ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗ ସମ୍ପାଦକ ରୁଦ୍ର ମାଧବ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତମ ଛାତ୍ର ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ। ପରିଚାଳାନା ସମିତି ସମ୍ପାଦକ ପୁରନମଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ୨୦୨୪-୨୫ ଶିକ୍ଷା ବର୍ଷରେ ସର୍ବାଧିକ ଉପସ୍ଥାନ, ସରକାରୀ ବୃତ୍ତି, ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ,ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
The post ଉତ୍ତମ ଛାତ୍ର ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.