ଆଉ ୧୨ଟି ନୂଆ ଏନଏସି ଘୋଷଣା ହେବ
ଭୁବନେଶ୍ୱର : ଜୁନ ୧୨ ତାରିଖ ହେଉଛି ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ବିପୁଳ ଜନମତ ହାସଲ କରି ଏକାକୀ ସରକାର ଗଠନ କରିଛି ବିଜେପି । ଏହି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଏହି ଏନଏସି […]

ଭୁବନେଶ୍ୱର : ଜୁନ ୧୨ ତାରିଖ ହେଉଛି ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ବିପୁଳ ଜନମତ ହାସଲ କରି ଏକାକୀ ସରକାର ଗଠନ କରିଛି ବିଜେପି । ଏହି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଏହି ଏନଏସି ଗୁଡିକ ମଧ୍ୟରେ ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ । ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ । ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏନଏସି ଗୁଡିକର ନାଁ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ନିର୍ବାଚନ ପୂର୍ବରୁ, ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଲାରେ ୫୭ଟି ନୂତନ ଏନଏସି ଘୋଷଣା କରିଥିଲେ। ଛଅଟି ଏନଏସିକୁ ପୌରପାଳିକା ଭାବରେ ଘୋଷଣା କରାଯାଇଥିଲା। କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ କୌଣସି ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇନଥିଲା। ଏବେ, ୧୨ଟି ଏନଏସି ଘୋଷଣା ପରେ, ଅନ୍ୟ ଏନଏସି ଘୋଷଣା ପାଇଁ ପଥ ପରିଷ୍କାର ହେବ ବୋଲି ଆଶା କରାଯାଉଛି।