ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ ତାଜୁବ

ଭୁବନେଶ୍ୱର : ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ I ଚଢ଼ାଉବେଳେ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ଯନ୍ତ୍ରୀ ସୁନିଲ ରାଉତଙ୍କର ଭୁବନେଶ୍ୱରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ଭୁବନେଶ୍ୱର, ପୁରୀ, ଢେଙ୍କାନାଳରେ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ । ୨ଟି ଟ୍ରକ୍‌, […]

ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ ତାଜୁବ
ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ ତାଜୁବ

ଭୁବନେଶ୍ୱର : ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ I ଚଢ଼ାଉବେଳେ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ଯନ୍ତ୍ରୀ ସୁନିଲ ରାଉତଙ୍କର ଭୁବନେଶ୍ୱରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ଭୁବନେଶ୍ୱର, ପୁରୀ, ଢେଙ୍କାନାଳରେ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ । ୨ଟି ଟ୍ରକ୍‌, ୨ଟି ଚାରିଚକିଆ ଯାନ, ୪ ବାଇକ୍‌ ଚଢାଉ ବେଳେ ଠାବ କରାଯାଇଛି । ଏହାସହ ୧୭୬ ଗ୍ରାମ ସୁନା, ୨ଲକ୍ଷ ୩୪ ହଜାର ଟଙ୍କା ଏଯାବତ୍‌ ମିଳିଥିବା ନେଇ ସୂଚନା ମିଳିଛି । ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି।

ସୂଚନାନୁସାରେ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ସକାଳେ ସୁନିଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା। ଏକକାଳୀନ ଭୁବନେଶ୍ୱର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା। ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୬ ଇନସ୍ପେକ୍ଟର, ୧୦ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ I