ଦଲଜିତ୍‌ଙ୍କ ସମସ୍ୟା

ଟିଭିର ପପୁଲାର ଅଭିନେତ୍ରୀ ଦଲଜିତ୍‌ କୋର ବିଗତ କିଛି ଦିନ ଧରି ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତ ବର୍ଷ ବିବାହ କରିଥିବା ଦଲଜିତ୍‌ ବର୍ତ୍ତମାନ ଏକା ହୋଇଯାଇଛନ୍ତି । ବିବାହର ମାତ୍ର କିଛି ମାସ ପରେ ହିଁ ଦଲଜିତ୍‌ ସ୍ୱାମୀ ନିଖିଲଙ୍କୁ ଛାଡି ଭାରତ ଫେରି ଆସିଥିଲେ । ତେବେ ଭାରତ ଆସିବା ପରେ ତାଙ୍କର ସମସ୍ୟା ବଢିଯାଇଛି । ବର୍ତ୍ତମାନ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତରେ […]

ଦଲଜିତ୍‌ଙ୍କ ସମସ୍ୟା
ଦଲଜିତ୍‌ଙ୍କ ସମସ୍ୟା

ଟିଭିର ପପୁଲାର ଅଭିନେତ୍ରୀ ଦଲଜିତ୍‌ କୋର ବିଗତ କିଛି ଦିନ ଧରି ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତ ବର୍ଷ ବିବାହ କରିଥିବା ଦଲଜିତ୍‌ ବର୍ତ୍ତମାନ ଏକା ହୋଇଯାଇଛନ୍ତି । ବିବାହର ମାତ୍ର କିଛି ମାସ ପରେ ହିଁ ଦଲଜିତ୍‌ ସ୍ୱାମୀ ନିଖିଲଙ୍କୁ ଛାଡି ଭାରତ ଫେରି ଆସିଥିଲେ । ତେବେ ଭାରତ ଆସିବା ପରେ ତାଙ୍କର ସମସ୍ୟା ବଢିଯାଇଛି । ବର୍ତ୍ତମାନ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତରେ ତାଙ୍କର କୌଣସି ସଠିକ୍‌ ଠିକଣା ନାହିଁ । ସେ ଏକ ସୁଟ୍‌କେସରେ ଜୀବନ ବିତାଉଥିବା ପ୍ରକାଶ କରିଛନ୍ତି । ଅର୍ଥାତ କୌଣସି ସ୍ଥାୟୀ ଠିକଣା ନଥିବାରୁ ଦଲଜିତ୍‌ ନିଜ ସୁଟକେଶ ଉଠାଉଛନ୍ତି କେଉଁ ବି ସ୍ଥାନରେ ରହୁଛନ୍ତି । ତେବେ ଏତେ ସମସ୍ୟା ଭିତରେ ବି ସେ ନିଜ ନୂଆ ଜୀବନ ଆରମ୍ଭ କରିବାକୁ ଆଶାବାଦୀ ଅଛନ୍ତି । ନିଜ ପୁଅ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏ ସମସ୍ତ ବିଷୟରେ ସେ ନିଜର ନୂଆ ଟ୍ରାଭେଲ୍‌ ବ୍ଲଗ୍‌ରେ ଫ୍ୟାନଙ୍କ ସହିତ ସେୟାର କରୁଛନ୍ତି । କିଭଳି ପ୍ରେମରେ ପଡିବା ପରେ ଲୋକମାନେ ନିଜର ଆର୍ଥିକ ସ୍ଥିତିକୁ ନଜର ଅନ୍ଦାଜ କରନ୍ତି ଏବଂ ପରେ ହଇରାଣ ହୋଇଥାଆନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି । ଆଗକୁ ସେ ଏଭଳି ଭୁଲ ଜୀବନରେ କେବେ ବି କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।