ସାଇବର ଠକେଇର ଶିକାର ହୋଇ ମହିଳା ହରାଇଲେ ୫୧ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବହୁରାଷ୍ଟ୍ରୀୟ କମ୍ପାନିର ପ୍ରଡକ୍ଟ ମାର୍କେଟିଂ ମୁଖ୍ୟ (୩୧)ଙ୍କୁ ସାଇବର ଅପରାଧୀମାନେ ଫେଡ୍‌-ଏକ୍ସ ଓ ମୁମ୍ବାଇ ପୁଲିସ ଅଧିକାରୀ ପରିଚୟ ଦେଇ ୫୧.୨୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୭ ତାରିଖରେ ପୀଡ଼ିତାଙ୍କୁ ଏକ ସ୍ୱୟଂଚାଳିତ କଲ୍ ଆସିଥିଲା, ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ଦାବି କରିଥିଲେ ଯେ ତାଙ୍କ ଆଧାର ବିବରଣୀ ଏକ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯାନରେ ବ୍ୟବହୃତ ହେଉଛି। ତାଙ୍କୁ ୧୦ ଘଣ୍ଟା ଧରି ସ୍କାଇପ୍ […]

ସାଇବର ଠକେଇର ଶିକାର ହୋଇ ମହିଳା ହରାଇଲେ ୫୧ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବହୁରାଷ୍ଟ୍ରୀୟ କମ୍ପାନିର ପ୍ରଡକ୍ଟ ମାର୍କେଟିଂ ମୁଖ୍ୟ (୩୧)ଙ୍କୁ ସାଇବର ଅପରାଧୀମାନେ ଫେଡ୍‌-ଏକ୍ସ ଓ ମୁମ୍ବାଇ ପୁଲିସ ଅଧିକାରୀ ପରିଚୟ ଦେଇ ୫୧.୨୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୭ ତାରିଖରେ ପୀଡ଼ିତାଙ୍କୁ ଏକ ସ୍ୱୟଂଚାଳିତ କଲ୍ ଆସିଥିଲା, ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ଦାବି କରିଥିଲେ ଯେ ତାଙ୍କ ଆଧାର ବିବରଣୀ ଏକ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯାନରେ ବ୍ୟବହୃତ ହେଉଛି। ତାଙ୍କୁ ୧୦ ଘଣ୍ଟା ଧରି ସ୍କାଇପ୍ କଲ୍ କରିବାକୁ ବାଧ୍ୟ କରାଯାଇଥିଲା, ଯେଉଁଥିରେ ଠକମାନେ ତାଙ୍କୁ ବାରମ୍ବାର ଧମକ ଦେଉଥିଲେ ଯେ ଯଦି ସେ ସହଯୋଗ ନ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଅପରାଧୀମାନେ ନିଜକୁ ଆଇନ ପ୍ରବର୍ତ୍ତନ ଅଧିକାରୀ ପରିଚୟ ଦେଇ ଡ୍ରଗ୍ସ ଭର୍ତ୍ତି ପାର୍ସଲ ଜବତ କରିବା ସହ ତାଙ୍କ ପରିଚୟର ଅପବ୍ୟବହାର କରାଯାଉଥିବା ସୂଚନା ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ମୁମ୍ବାଇର ଜଣେ ନକଲି ସାଇବର କ୍ରାଇମ୍ ଅଫିସରଙ୍କ ପାଖକୁ ସ୍ଥାନାନ୍ତର କରିଥିଲେ, ଯିଏ ଦାବି କରିଥିଲେ ଯେ ତାଙ୍କ ଆଧାର ବେଆଇନ କାର୍ଯ୍ୟକଳାପ ସହିତ ଲିଙ୍କ୍ ହୋଇଛି। ତାଙ୍କ ବିନା ଅନୁମତିରେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ଠକମାନେ ୫୦ ଲକ୍ଷ ଟଙ୍କାର ଋଣ ନେଇଥିବା ବେଳେ ତାଙ୍କୁ ଭିଡିଓ କଲ୍‌ରେ ରହିବାକୁ ରାଜି କରାଇଥିଲେ ଏବଂ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ପରିବାର ସହ ବି ଯୋଗାଯୋଗ କରିବାକୁ ଦେଇ ନ ଥିଲେ। ଅପରାଧୀମାନେ ତାଙ୍କ ଦରମା ଆକାଉଣ୍ଟରୁ ୧ ଲକ୍ଷ ୯୯ ହଜାର ଟଙ୍କା ବାହାର କରି ବାକି ଋଣ ରାଶି ଅନ୍ୟ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏପରିକି ଜଣେ ଠକ ନିଜକୁ ବରିଷ୍ଠ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ଆଧାର ବିବରଣୀ ମନିଲଣ୍ଡରିଂ ଓ ଅସ୍ତ୍ରଶସ୍ତ୍ର କ୍ରୟ ଭଳି ଗମ୍ଭୀର ଅପରାଧ ସହ ଜଡ଼ିତ ବୋଲି ଦାବି କରିଥିଲେ। ନିରବତା ବଜାୟ ରଖିବା ପାଇଁ ସେ ତାଙ୍କୁ ଏକ ନକଲି ସିବିଆଇ ଦସ୍ତାବିଜ ପଠାଇଥିଲେ। ସେପ୍ଟେମ୍ବର ୨୧ତାରିଖରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(ସି) ଓ ୬୬(ଡି) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୧୮(୪) ଅନୁଯାୟୀ ମାମଲା ରୁଜୁ କରିଛି।