ସପ୍ତାହକୁ ଥରେ ଅସୁସ୍ଥ ପତ୍ନୀଙ୍କୁ ଘରେ ଭେଟିପାରିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତମାନ ଜେଲ୍ରେ ଥିବା ମନିଷ ସିସୋଦିଆ ସପ୍ତାହରେ ଥରେ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଅସୁସ୍ଥ ଥିବା ନିଜ ପତ୍ନୀଙ୍କୁ ସପ୍ତାହରେ ଦୁଇଦିନ ଭେଟିବାକୁ ପାରୋଲ୍ ପ୍ରଦାନ କରିବାକୁ ସିସୋଦିଆ ଗତ ମାସରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନର ବିଚାର କରି ସୋମବାର ଦିଲ୍ଲୀ କୋର୍ଟର ବିଚାରପତି ଏମ୍ କେ ନାଗପାଳ ସିସୋଦିଆଙ୍କୁ […]

ସପ୍ତାହକୁ ଥରେ ଅସୁସ୍ଥ ପତ୍ନୀଙ୍କୁ ଘରେ ଭେଟିପାରିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତମାନ ଜେଲ୍ରେ ଥିବା ମନିଷ ସିସୋଦିଆ ସପ୍ତାହରେ ଥରେ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଅସୁସ୍ଥ ଥିବା ନିଜ ପତ୍ନୀଙ୍କୁ ସପ୍ତାହରେ ଦୁଇଦିନ ଭେଟିବାକୁ ପାରୋଲ୍ ପ୍ରଦାନ କରିବାକୁ ସିସୋଦିଆ ଗତ ମାସରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନର ବିଚାର କରି ସୋମବାର ଦିଲ୍ଲୀ କୋର୍ଟର ବିଚାରପତି ଏମ୍ କେ ନାଗପାଳ ସିସୋଦିଆଙ୍କୁ ସପ୍ତାହରେ ଥରେ ଭେଟିବାକୁ ଅନୁମତି ଦେଇଛନ୍ତି। ବିଚାର ସମୟରେ କୋର୍ଟ ପଚାରିଥିଲେ ଯେ ସିସୋଦିଆଙ୍କ ପତ୍ନୀ ସହାୟକଙ୍କ ଦ୍ବାରା ଜେଲ୍କୁ ଆସି ତାଙ୍କୁ ଭେଟିପାରିବେ କି? ଏହାର ଉତ୍ତରରେ ସିସୋଦିଆଙ୍କ ଓକିଲ କହିଥିଲେ ସେ ଚାଲିବାରେ ଅକ୍ଷମ ଥିବାରୁ ଜେଲ୍ ଆସିବା ସମ୍ଭବ ନୁହେଁ। ଏଥିରେ କୋର୍ଟ ସିସୋଦିଆଙ୍କୁ ସପ୍ତାହରେ ଦିନଟିଏ ଭେଟିବାକୁ ଅନୁମତି ଦେଇଥିଲେ।