ଘରବଢ଼ା ବୃଦ୍ଧି ପରେ ଦିଲ୍ଲୀରେ ଆଇଏଏସ୍ ଆଶାୟୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣେ ଆଇଏଏସ୍ ଆଶାୟୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ନାଁ ଅଞ୍ଜଳି। ତାଙ୍କ ଘର ମହାରାଷ୍ଟ୍ରରେ। ସେ ପୁରୁଣା ରାଜେନ୍ଦ୍ର ନଗରରେ ଏକ ଭଡ଼ା ଘରେ ରହି ପଢ଼ୁଥିଲେ। ପ୍ରବଳ ଚାପ ଓ ବିଷାଦ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ତାଙ୍କ ସୁଇସାଇଟ୍ ନୋଟ୍ ଜବତ କରିବା ପରେ ଜାଣିଛି। ସୁଇସାଇଡ୍ ନୋଟ୍ରେ ଅଞ୍ଜଳି ତାଙ୍କ ଜୀବନର ସମସ୍ୟାଗୁଡ଼ିକୁ ମୁକାବିଲା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣେ ଆଇଏଏସ୍ ଆଶାୟୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ନାଁ ଅଞ୍ଜଳି। ତାଙ୍କ ଘର ମହାରାଷ୍ଟ୍ରରେ। ସେ ପୁରୁଣା ରାଜେନ୍ଦ୍ର ନଗରରେ ଏକ ଭଡ଼ା ଘରେ ରହି ପଢ଼ୁଥିଲେ। ପ୍ରବଳ ଚାପ ଓ ବିଷାଦ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ତାଙ୍କ ସୁଇସାଇଟ୍ ନୋଟ୍ ଜବତ କରିବା ପରେ ଜାଣିଛି। ସୁଇସାଇଡ୍ ନୋଟ୍ରେ ଅଞ୍ଜଳି ତାଙ୍କ ଜୀବନର ସମସ୍ୟାଗୁଡ଼ିକୁ ମୁକାବିଲା କରିବାରେ କିଭଳି ଅସମର୍ଥ ଏବଂ ଜୀବନରୁ କେମିତି ଶାନ୍ତି ହଜିଗଲାଣି ସବୁକିଛି ଲେଖିଛନ୍ତି। ଘରଭଡ଼ା ବୃଦ୍ଧିକୁ ନେଇ ମଧ୍ୟ ସେ ଅତ୍ୟନ୍ତ ଚାପରେ ଥିବା ଉଲ୍ଲେଖ କରିଛନ୍ତି। ଅଞ୍ଜଳିଙ୍କ ବନ୍ଧୁ ଶ୍ବେତା କହିଛନ୍ତି, ଅଞ୍ଜଳିଙ୍କ ଘରଭଡ଼ା ୧୫ ହଜାରରୁ ହଠାତ ୧୮ ହଜାରକୁ ବଢ଼ିଗଲା ଏବଂ ଏଥିପାଇଁ ସେ ଖୁବ୍ ଚିନ୍ତାରେ ଥିଲେ। ଅଞ୍ଜଳି ମଧ୍ୟ ତାଙ୍କ ଚିଠିରେ ସରକାରୀ ଚାକିରି ପାଇଁ ପରୀକ୍ଷାରେ ହେଉଥିବା ଦୁର୍ନୀତି ହଟାଇବାପାଇଁ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରିବାପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଅଞ୍ଜଳିଙ୍କ ସୁଇସାଇଡ୍ ନୋଟ୍ରେ ପିଜି ଫ୍ୟାସିଲିଟି ଏବଂ ହଷ୍ଟେଲ୍ ଗୁଡ଼ିକର ଭଡ଼ା ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ଲେଖାଯାଇଛି। ଦିଲ୍ଲୀ ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।