ଅଷ୍ଟ୍ରିଆ ଗସ୍ତ କରିବେ ମୋଦୀ; ୪୧ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଦାୟିତ୍ବ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଜୁଲାଇ ୮-୯ ତାରିଖରେ ରୁଷ୍ ଓ ଜୁଲାଇ ୯-୧୦ ତାରିଖରେ ସେ ଅଷ୍ଟ୍ରିଆ ଗସ୍ତ କରିବେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ହେବ। ସେହିଭଳି ୪୧ ବର୍ଷ ମଧ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଅଷ୍ଟ୍ରିଆ ଗସ୍ତରେ ଯାଉଛନ୍ତି। ଅନ୍ତର୍ଜାତୀୟ କୂଟନୈତିକ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଦାୟିତ୍ବ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଜୁଲାଇ ୮-୯ ତାରିଖରେ ରୁଷ୍ ଓ ଜୁଲାଇ ୯-୧୦ ତାରିଖରେ ସେ ଅଷ୍ଟ୍ରିଆ ଗସ୍ତ କରିବେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ହେବ। ସେହିଭଳି ୪୧ ବର୍ଷ ମଧ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଅଷ୍ଟ୍ରିଆ ଗସ୍ତରେ ଯାଉଛନ୍ତି।
ଅନ୍ତର୍ଜାତୀୟ କୂଟନୈତିକ ସମ୍ପର୍କ କ୍ଷେତ୍ରରେ ଜି-୭ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତ ବହୁ ଦିଗରୁ ଗୁରୁତ୍ବପୂର୍ଣ୍ଣ ରହିଛି। ଫେବ୍ରୁଆରୀ ୨୦୨୨ରେ ରୁଷ୍ – ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ଯୁଦ୍ଧପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ଅଟେ। ସେହିଭଳି ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଏହାପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଷ୍ଟ୍ରିଆ ଗସ୍ତ ସ୍ଥିର ହୋଇଛି। ୧୦ ନଭେମ୍ବର ୧୯୪୯ରେ ଭାରତ-ଅଷ୍ଟ୍ରିଆର କୂଟନୈତିକ ସମ୍ପର୍କର ଭିତ୍ତିଭୂମି ପଡ଼ିଥିଲା। ୧୯୮୩ରେ ଇନ୍ଦିରା ଗାନ୍ଧୀଙ୍କ ଅଷ୍ଟ୍ରିଆ ଗସ୍ତ ପରେ ୧୯୮୪ରେ ଅଷ୍ଟ୍ରିଆର ତତ୍କାଳୀନ ରାଷ୍ଟ୍ରମୁଖ୍ୟ ଫ୍ରେଡ୍ ସିନୋୱାଜ୍ ଭାରତ ଗସ୍ତରେ ଆସିଥିଲେ।