ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି। ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଉ ବୋଲି ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ […] The post ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ appeared first on Dharitri Odia News.
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି। ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଉ ବୋଲି ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଂଗଠନ, ଲଖନପୁର ଦାବି କରିଛି। ଏହି ଦାବି ନେଇ ଶୁକ୍ରବାର ଉକ୍ତ ଚାଷୀ ସଂଗଠନ ପକ୍ଷରୁ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ appeared first on Dharitri Odia News.