ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଘର; ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୨୭।୫: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସବୁ ଯୋଜନାରୁ ବାଦ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ତାଲିକା ପ୍ରସ୍ତୁତି ଚାଲିଛି, ୨ ମାସ ଭିତରେ ପ୍ରକ୍ରିୟା ସରିବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ସମାଜର ଦୁର୍ବଳ ବର୍ଗର ସବୁ […] The post ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଘର; ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୨୭।୫: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସବୁ ଯୋଜନାରୁ ବାଦ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ତାଲିକା ପ୍ରସ୍ତୁତି ଚାଲିଛି, ୨ ମାସ ଭିତରେ ପ୍ରକ୍ରିୟା ସରିବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ସମାଜର ଦୁର୍ବଳ ବର୍ଗର ସବୁ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯିବ । ପ୍ରଚଳିତ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରଗୁଡିକୁ ଏହି ଯୋଜନାରେ ପକ୍କାଘର ଦିଆଯିବ। ୨୫ବର୍ଗ ମିଟର ପରିଧିର ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଦେବେ।
୩ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ। ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି। ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେଷ୍ଟସ, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଂଟ ଯୋ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘର ଭାବେ ବିବେଚନା କରାଯିବ ।
ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ବାମୀ,ସ୍ତ୍ରୀ, ର୍ନିଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାରମାନେ ଯୋଜନାରେ ଉପକୃତ ହୋଇପାରିବେ। ଏହି ଯୋଜନାରେ ହିତାଧିକାରୀଙ୍କୁ (ଶୌଚାଳୟ ଅଞ୍ଚଳକୁ ବାଦ ଦେଇ) ୨୫ବର୍ଗ ମିଟର ବିଶିଷ୍ଟ ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପାଇବେ।
The post ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଘର; ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.