ଅନ୍ଲାଇନ ଗେମ୍ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ: ଯୁବତୀଙ୍କୁ ନେବାକୁ ଆସିଥିଲେ ଭୁବନେଶ୍ବର, ତା’ପରେ…
ଭୁବନେଶ୍ୱର,୮।୧୧: ଭୁବନେଶ୍ବରରେ ଲଭ ଜିହାଦ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଧରାପଡ଼ିଛନ୍ତି ଜଣେ କଶ୍ମୀର ଯୁବକ। ମହିଳା ଥାନା ପୋଲିସ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଅନ୍ଲାଇନ ଗେମ୍ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ କାଶ୍ମୀର ଯୁବକଙ୍କ ପ୍ରେମ ସମ୍ପର୍କ। ଏହା କ୍ରମେ ନିବିଡି ହୋଇଥିଲା। କଶ୍ମୀର ଯୁବକ ଜଣକ ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଭୁବନେଶ୍ୱର ଆସି ପହଞ୍ଚି ଥିଲେ। ଏଭଳି ସ୍ଥିତିରେ […] The post ଅନ୍ଲାଇନ ଗେମ୍ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ: ଯୁବତୀଙ୍କୁ ନେବାକୁ ଆସିଥିଲେ ଭୁବନେଶ୍ବର, ତା’ପରେ… appeared first on Dharitri Odia News.
ଭୁବନେଶ୍ୱର,୮।୧୧: ଭୁବନେଶ୍ବରରେ ଲଭ ଜିହାଦ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଧରାପଡ଼ିଛନ୍ତି ଜଣେ କଶ୍ମୀର ଯୁବକ। ମହିଳା ଥାନା ପୋଲିସ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ଅନ୍ଲାଇନ ଗେମ୍ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ କାଶ୍ମୀର ଯୁବକଙ୍କ ପ୍ରେମ ସମ୍ପର୍କ। ଏହା କ୍ରମେ ନିବିଡି ହୋଇଥିଲା। କଶ୍ମୀର ଯୁବକ ଜଣକ ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଭୁବନେଶ୍ୱର ଆସି ପହଞ୍ଚି ଥିଲେ। ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ କଶ୍ମୀର ଯୁବକଙ୍କୁ ଧରି ଥାନାକୁ ଆଣି ଅଧିକ ପଚରାଉଚରା କରୁଛି। ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
The post ଅନ୍ଲାଇନ ଗେମ୍ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ: ଯୁବତୀଙ୍କୁ ନେବାକୁ ଆସିଥିଲେ ଭୁବନେଶ୍ବର, ତା’ପରେ… appeared first on Dharitri Odia News.