ରାଜନୀତିରେ ପାଦ ଦେବା ପରେ ନିଜ ଦଳର ନାଁ ଘୋଷଣା କଲେ ସୁପରଷ୍ଟାର ବିଜୟ
ତାମିଲନାଡୁ : ଅଭିନେତାରୁ ରାଜନେତା ହେଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ। ରାଜନୀତିକୁ ଏବେ ପ୍ରବଶ କରିଛନ୍ତି ବିଜୟ। ଲୋକସଭା... The post ରାଜନୀତିରେ ପାଦ ଦେବା ପରେ ନିଜ ଦଳର ନାଁ ଘୋଷଣା କଲେ ସୁପରଷ୍ଟାର ବିଜୟ appeared first on .
ତାମିଲନାଡୁ : ଅଭିନେତାରୁ ରାଜନେତା ହେଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ। ରାଜନୀତିକୁ ଏବେ ପ୍ରବଶ କରିଛନ୍ତି ବିଜୟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଶୁକ୍ରବାର ବିଜୟ ନିଜର ରାଜନୈତିକ ଦଳ ‘ତାମିଝା ଭେଟ୍ରି କାଝାଗମ’ ନାଁ ଘୋଷଣା କରିଛନ୍ତି।
ଅଭିନେତା ବିଜୟଙ୍କର ତାମିଲନାଡୁ ଏବଂ କେରଳରେ ବିପୁଳ ପ୍ରଶଂସକ ଅଛନ୍ତି ଏବଂ ସେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ବୈଠକରେ ନିଜର ଫ୍ୟାନ କ୍ଲବ ‘ବିଜୟ ମକ୍କାଲ ଆଇୟାକକମ୍’ ରାଜନିତୀରେ ପ୍ରବେଶ କରିବାକୁ ଅନୁମତି ଦେବା ପରେ ବିଜୟ ବଡ ଘୋଷଣା କରିଛନ୍ତି।
ବିଜୟ ଦେଇଥିବା ବିବୃତ୍ତିରେ ସେ କହିଛନ୍ତି, “ଆମ ଦଳ ‘ତାମିଝା ଭେଟ୍ରି କାଝାଗମ”କୁ ପଞ୍ଜୀକରଣ କରିବା ପାଇଁ ଆମେ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରୁଛୁ। ଆସନ୍ତା ୨୦୨୬ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜିତିବା ଏବଂ ମୌଳିକ ରାଜନୈତିକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ, ଯାହା ଲୋକମାନେ ଚାହୁଁଛନ୍ତି। ”
The post ରାଜନୀତିରେ ପାଦ ଦେବା ପରେ ନିଜ ଦଳର ନାଁ ଘୋଷଣା କଲେ ସୁପରଷ୍ଟାର ବିଜୟ appeared first on .