ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ
ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍ ପ୍ରୁଫ୍ ରିଡର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ପଦବୀ ଗୁଡ଼ିକ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦ ଜୁନ୍ ୨୦୨୪ ମଧ୍ୟରେ ଆବେଦନ କରିବେ। ଏଥିପାଇଁ ପାଟଣା ହାଇକୋର୍ଟର ଅଫିସିଆଲ୍ ୱେବ୍ସାଇଟ୍ patnahighcourt.gov.inରେ ଆଶାୟୀ ଫର୍ମ ଆବେଦନ କରିବେ। ଜୁନ୍ ୩୦ରେ ଆବେଦନ ସରୁଥିବା […] The post ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍ ପ୍ରୁଫ୍ ରିଡର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ପଦବୀ ଗୁଡ଼ିକ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦ ଜୁନ୍ ୨୦୨୪ ମଧ୍ୟରେ ଆବେଦନ କରିବେ। ଏଥିପାଇଁ ପାଟଣା ହାଇକୋର୍ଟର ଅଫିସିଆଲ୍ ୱେବ୍ସାଇଟ୍ patnahighcourt.gov.inରେ ଆଶାୟୀ ଫର୍ମ ଆବେଦନ କରିବେ। ଜୁନ୍ ୩୦ରେ ଆବେଦନ ସରୁଥିବା ବେଳେ ଏଥିପାଇଁ ଆବଶ୍ୟକ ଫି, ୨ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଆବେଦନକାରୀ ପଇଠ କରିପାରିବେ।
ତେବେ କହିରଖୁଛୁ ଯେ, ଟ୍ରାନ୍ସଲେଟର ପଦ ପାଇଁ ଆଶାୟୀ କୌଣସି ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ। ଏଥିସହିତ ସ୍ନାତକରେ ହିନ୍ଦୀ ଏବଂ ଇଂରାଜୀ ବିଷୟ ରହିଥିବା ନିହାତି ଜରୁରୀ। ଏହାଛଡ଼ା ଟ୍ରାନ୍ସଲେସନ୍ରେ ୬ମାସର ଡିପ୍ଲୋମା କିମ଼୍ବା ସାର୍ଟିଫିକେଟ୍ କୋର୍ସ ଆଶାୟୀ କରିଥିବା ଦରକାର। ସେହିପରି ଜାନୁଆରୀ ୧,୨୦୨୪ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ୧୮ ବର୍ଷରୁ ୩୭ ବର୍ଷ ହୋଇଥିବା ଆବଶ୍ୟକ। ଏଥିରେ କିଛି ଶ୍ରେଣୀର ଆବେଦନକାରୀଙ୍କ ବୟସ ସୀମା କୋହଳ ମଧ୍ୟ କରାଯାଇଛି।
The post ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ appeared first on Dharitri Odia News.