ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର…
ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର ଅନୁଯାୟୀ ପୁଣମ ପାଣ୍ଡେ ଏବଂ ତାଙ୍କ ଟିମ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଛନ୍ତି। ଗର୍ଭାଶୟ କର୍କଟ ସମ୍ବନ୍ଧରେ ସରକାରଙ୍କ ଜାରି ସଚେତନତା କାର୍ଯ୍ୟକ୍ରମର ପୁନମ ବ୍ରାଣ୍ଡ ଆମ୍ବାସାଡର ହୋଇପାରନ୍ତି। ବାସ୍ତବରେ, ଚଳିତ ମାସ […] The post ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର… appeared first on Dharitri Odia News.
ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର ଅନୁଯାୟୀ ପୁଣମ ପାଣ୍ଡେ ଏବଂ ତାଙ୍କ ଟିମ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଛନ୍ତି। ଗର୍ଭାଶୟ କର୍କଟ ସମ୍ବନ୍ଧରେ ସରକାରଙ୍କ ଜାରି ସଚେତନତା କାର୍ଯ୍ୟକ୍ରମର ପୁନମ ବ୍ରାଣ୍ଡ ଆମ୍ବାସାଡର ହୋଇପାରନ୍ତି।
ବାସ୍ତବରେ, ଚଳିତ ମାସ ଆରମ୍ଭରେ ପୁଣମ ପାଣ୍ଡେଙ୍କ ପିଆର ଟିମ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ କୁହାଯାଇଥିଲା ଗର୍ଭାଶୟ କର୍କଟ କାରଣରୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ଅସୁସ୍ଥତା ଯୋଗୁ ଅଭିନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
କିନ୍ତୁ ପରଦିନ ଏହା ପ୍ରକାଶ ପାଇଥିଲା ଯେ ଏହି ଖବର ମିଥ୍ୟା ଏବଂ ପୁନାମ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଷ୍ଟଣ୍ଟ କରିଥିଲେ।
The post ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର… appeared first on Dharitri Odia News.