ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ପରଲୋକ

ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ।

ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ପରଲୋକ

ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ବିୟୋଗ। ବାରିପଦା ବଡ଼ ବଜାର ବାସଭବନରେ ୧୦୧ ବୟସରେ ତାଙ୍କର ପରଲୋକ ହୋଇଛି। ବାରିପଦାର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ପରେ ପରିବାର, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବାରୁଣି ଘାଟରେ ପୂର୍ଣ୍ଣଚନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ। ପୂର୍ଣ୍ଣଚନ୍ଦ୍ର ପିଲା ସମୟରୁ ଷ୍ଟୁଡିଓରେ କାମ ଶିଖିବାର ସୁଯୋଗ ପାଇଥିଲେ। ତାଙ୍କ ପ୍ରତିଭା ରାଜା ସାହେବ ପ୍ରତାପ ଚନ୍ଦ୍ରଭଂଜଙ୍କ 
ନଜରରେ ପଡ଼ିବା ପରେ ତାହା ଆହୁରି ବିକଶିତ ହୋଇଥିଲା।

ରାଜପରିବାରଠାରୁ ଆରମ୍ଭ କରି ବ୍ରିଟିଶ ଅଫିସର, ଧନୀକ ଶ୍ରେଣୀର ବ୍ୟକ୍ତି, ନେପାଳ ରାଜାଙ୍କ ଫଟୋ ଉତ୍ତୋଳନ କରିଛନ୍ତି ପୂର୍ଣ୍ଣ। ଇନ୍ଦିରା ଗାନ୍ଧିଙ୍କ ଏକ ଫଟୋ ଉଠାଇ ସେ ପ୍ରଶଂସାର ପାତ୍ର ହୋଇଥିଲେ। ସେହି ଫଟୋଟି ଇନ୍ଦିରାଙ୍କ ଜୀବନୀର କଭର୍ ପେଜ୍ ରେ ସ୍ଥାନ ପାଇଥିଲା। ସମାଜ, ଧରିତ୍ରୀ, ମାତୃଭୂମି ପରି ଅନେକ ପେପରରେ କାମ କରିଛନ୍ତି ପୂର୍ଣ୍ମଚନ୍ଦ୍ର ବିନ୍ଧାଣି।