ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ

ଆନନ୍ଦପୁର,୧୧ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ କୋଡ଼ପଡ଼ା ପଞ୍ଚାୟତ ଗୋଳାବନ୍ଧ ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି କାଦୁଅରେ ଭର୍ତ୍ତି ହେଉଛି। ସାଧାରଣ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହିତ ଗ୍ରାମକୁ ଜରୁରିକାଳୀନ ସେବାର ଯାନବାହନ ପ୍ରବେଶ କରିବା ସମ୍ଭବ ହେଉନାହିଁ। ରୋଗୀଟିଏ ସୁବିଧାରେ ଡାକ୍ତରଖାନାକୁ ଆସିପାରୁନି କି ପିଲାମାନେ ସ୍କୁଲକୁ ଠିକ୍‌ ଭାବେ ଯାତାୟାତ କରିପାରୁନାହାନ୍ତି। ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା […] The post ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ appeared first on Dharitri Odia News.

ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ

ଆନନ୍ଦପୁର,୧୧ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ କୋଡ଼ପଡ଼ା ପଞ୍ଚାୟତ ଗୋଳାବନ୍ଧ ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି କାଦୁଅରେ ଭର୍ତ୍ତି ହେଉଛି। ସାଧାରଣ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହିତ ଗ୍ରାମକୁ ଜରୁରିକାଳୀନ ସେବାର ଯାନବାହନ ପ୍ରବେଶ କରିବା ସମ୍ଭବ ହେଉନାହିଁ। ରୋଗୀଟିଏ ସୁବିଧାରେ ଡାକ୍ତରଖାନାକୁ ଆସିପାରୁନି କି ପିଲାମାନେ ସ୍କୁଲକୁ ଠିକ୍‌ ଭାବେ ଯାତାୟାତ କରିପାରୁନାହାନ୍ତି। ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଗୋଳାବନ୍ଧ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମର ତନ୍ମୟ ସାହୁଙ୍କ ନେତୃତ୍ୱରେ ବୁଧବାର ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମର ଶୋଚନୀୟ ରାସ୍ତା ସମସ୍ୟାକୁ ନେଇ ପୂର୍ବରୁ ଆନନ୍ଦପୁର ବ୍ଲକ ବିଡିଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ହେଲେ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇ ନ ଥିବାରୁ ଆଜି ଦୁଇ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏକଜୁଟ୍‌ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆନନ୍ଦପୁର ବିଡିଓ ଯୋଗରଞ୍ଜନ ନାୟକ ଗ୍ରାମବାସୀଙ୍କ ସହିତ ଆଲୋଚନା ପୂର୍ବକ ଖୁବ୍‌ଶୀଘ୍ର ରାସ୍ତା ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବିଡିଓଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ହେଁ ସପ୍ତାହେ ମଧ୍ୟରେ ରାସ୍ତାର ଆବଶ୍ୟକ ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The post ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ appeared first on Dharitri Odia News.