‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୧୦।୯: ମଙ୍ଗଳବାର ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି କ୍ଷମତାସୀନ ଭାଜପା ଓ ବିରୋଧୀ ଦଳ ବିଜେଡି। ବିଧାନସଭାରେ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ଇନଫ୍ରାଷ୍ଟକଚର ଓ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିକୁ ନେଇ ଶ୍ରେୟ ନେବାକୁ ପୂର୍ବ ସରକାର ଓ କ୍ଷମତାସୀନ ଭାଜପା ସରକାର ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ପ୍ରଥର ସିଲିକନ କାର୍ବାଇଡ ବିନିର୍ମାଣର ଶିଳାନ୍ୟାସ କରିବା ପରେ ଦୁଇ ଦଳ ଭିତରେ ଶ୍ରେୟ […] The post ‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ appeared first on Dharitri Odia News.

‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୧୦।୯: ମଙ୍ଗଳବାର ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି କ୍ଷମତାସୀନ ଭାଜପା ଓ ବିରୋଧୀ ଦଳ ବିଜେଡି। ବିଧାନସଭାରେ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ଇନଫ୍ରାଷ୍ଟକଚର ଓ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିକୁ ନେଇ ଶ୍ରେୟ ନେବାକୁ ପୂର୍ବ ସରକାର ଓ କ୍ଷମତାସୀନ ଭାଜପା ସରକାର ମୁହାଁମୁହିଁ ହୋଇଛନ୍ତି।

ସେପ୍ଟେମ୍ବର ୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ପ୍ରଥର ସିଲିକନ କାର୍ବାଇଡ ବିନିର୍ମାଣର ଶିଳାନ୍ୟାସ କରିବା ପରେ ଦୁଇ ଦଳ ଭିତରେ ଶ୍ରେୟ ପାଇଁ ବୟାନବାଜି ଦେଖିବାକୁ ମିଳିଛି। ତେବେ ଗଣମାଧ୍ୟମରେ ବିଜେଡି ନେତା ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ କି, ଓଡ଼ିଶାର ଆର୍ଥିକ ବିକାଶ ହାସଲ କରିବା ପାଇଁ ଇଲୋକ୍ଟ୍ରନିକ୍ସ ଓ ସୂଚନା ପ୍ରଦ୍ୟୋଗିକ ହିଁ ଏକମାତ୍ର ମାଧ୍ୟମ। ସେ ରୋବଟିକ୍ସ, ବିଗ୍‌ ଡାଟା, ମେଶିନ ଲର୍ଣ୍ଣିନଂ, ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ଉପରେ ପ୍ରୋତ୍ସାହନ କରିଥିଲେ। ସେ ଆହୁରି ଦାବି କରିଛନ୍ତି କି, ପୂର୍ବ ନବୀନ ପଟ୍ଟନାୟକ ସରକାର ନିଜ କାର୍ଯ୍ୟକାଳରେ ସଫଳତା ପୂର୍ବକ ଉଦ୍ୟୋଗର ବିକାଶ କରିଥିଲେ। ଏତେସବୁ କରିବା ପରେ ମଧ୍ୟ ନବୀନ ରିବନ୍‌ କାଟି ସୋସିଆଲ ମିଡିଆରେ ପ୍ରଚାର କରୁ ନ ଥିଲେ।

ତେବେ ଏହାର ଉତ୍ତର ରଖି ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି, ଆପଣ ଲମ୍ବା ସମୟ ଯାଏଁ କ୍ଷମତାରେ ଥିଲେ। ଆଉ ଏହି ଅବଧି ଭିତରେ ବହୁତ କିଛି ପରିପାରିଥାନ୍ତେ। ଯେତେବେଳ ଲୋକେ ଦ୍ୱାରକୁ ଦ୍ୱାର ସାହାଯ୍ୟ ପାଇଁ ବୁଲୁଥିଲେ ସେତେବେଳେ ତାଙ୍କୁ ସାହାଯ୍ୟ କରୁ ନ ଥିଲେ କିନ୍ତୁ ଏବେ ସଙ୍ଗେସଙ୍ଗେ ସାହାଯ୍ୟ ମିଳୁଛି। ଏହା ସ୍ପଷ୍ଟ ଯେ, କ୍ଷମତାରେ ରହିଥିପା ପାର୍ଟି ହିଁ ଏହାର ଶ୍ରେୟ ନେବ।

The post ‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ appeared first on Dharitri Odia News.