ଏଥର ଧନତେରସ ରେ କିଣନ୍ତୁ Digital gold, ଜାଣନ୍ତୁ ଏହାକୁ ଅନଲାଇନରେ କିଣିବାର ଉପାୟ

ନୂଆଦିଲ୍ଲୀ ୨୨।୧୦: ଭାରତରେ ଏବେ ପାର୍ବଣ ଋତୁ । କିଛିଦିନ ପରେ ଦୀପାବଳି, ଧନତେରସ ଓ ଭାଇଦୁଜ ଭଳି ପର୍ବ ସବୁ ପାଳନ ହେବ। ଏଥି ପାଇଁ ପ୍ରସ୍ତୁତି ଏବେ ଆରମ୍ଭ ହୋଇଗଲାଣି। ଭାରତରେ ଧନତେରସ ଓ ଦୀପାବଳି ସମୟରେ ଲୋକେ ସୁନା କିଣିବାର ପରମ୍ପରା ଅନେକ ବର୍ଷରୁ ପ୍ରଚଳିତ। ଏଣୁ କିଣାକିଣି ପାଇଁ ଲୋକେ ଏବେ ବେଶ୍ ଉତ୍ସାହିତ ଅଛନ୍ତି। ଏଥିରେ ଯଦି ଆପଣ ଦୋକାନକୁ ନ ଯାଇ ଡିଜିଟାଲ ସୁନା କିଣିବାକୁ  ପାଆନ୍ତି ତେବେ କିପରି ହେବ? ତେବେ ଆସନ୍ତୁ ଜାଣିବା ଡିଜିଟାଲ ସୁନା କଣ ଓ ଭାରତରେ ଏହାକୁ କିପରି କିଣାଯାଇ ପାରିବ?ଆଜ୍ଞା ହଁ ଡିଜିଟାଲ ସୁନା ଏକ ଏପରି ନିବେଶ ଯାହା ଲୋକଙ୍କୁ ଡିଜିଟାଲ ରୂପେ ସୁନା କିଣିବାକୁ ଓ ପାଖରେ ରଖିବାକୁ ସୁବିଧା ପ୍ରଦାନ କରୁଛି। ଏହି ସୁନା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ବିନା ଭୌତିକ ଭଣ୍ଡାରଣ ଆବଶ୍ୟକତାରେ ଏହି ସୁନା କିଣାଯାଇ ପାରୁଛି। ଫିନଟେକ୍ କମ୍ପାନୀ ‘ମନିଭ୍ୟୁ’ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରୁ ଜଣା ପଡିଛି ଯେ ଏଠାରେ ଉଚ୍ଚ ଆୟ ବର୍ଗ ଏବେବି ଭୌତିକ ସୁନା କିଣିବାକୁ ପସନ୍ଦ କରୁଛନ୍ତି। ଏଥିରେ ମଧ୍ୟମ ବର୍ଗ ଏବେ ଡିଜିଟାଲ ସୁନା ଆଡକୁ ମୁହାଁଇଛନ୍ତି, ଖାସ କରି ସହରାଞ୍ଚଳରେ ଯେଉଁଠି ଡିଜିଟାଲ ସାକ୍ଷରତା ହାର ଅଧିକ ଓ ଇଣ୍ଟରନେଟର ଭଲ ପହଞ୍ଚ ରହିଛି ସେ କ୍ଷେତ୍ରରେ ଲୋକେ ଡିଜିଟାଲ ସୁନାରେ ନିବେଶ କରୁଛନ୍ତି। ଡିଜିଟାଲ ଗୋଲ୍ଡ କ’ଣ?    ଅସଲରେ ଡିଜିଟାଲ ଗୋଲ୍ଡ ହେଉଛି ସୁନାର ଆଭାସୀ ରୂପ, ଯାହାକୁ ଆ

ଏଥର ଧନତେରସ ରେ କିଣନ୍ତୁ Digital gold, ଜାଣନ୍ତୁ ଏହାକୁ ଅନଲାଇନରେ କିଣିବାର ଉପାୟ

ନୂଆଦିଲ୍ଲୀ ୨୨।୧୦: ଭାରତରେ ଏବେ ପାର୍ବଣ ଋତୁ । କିଛିଦିନ ପରେ ଦୀପାବଳି, ଧନତେରସ ଓ ଭାଇଦୁଜ ଭଳି ପର୍ବ ସବୁ ପାଳନ ହେବ। ଏଥି ପାଇଁ ପ୍ରସ୍ତୁତି ଏବେ ଆରମ୍ଭ ହୋଇଗଲାଣି। ଭାରତରେ ଧନତେରସ ଓ ଦୀପାବଳି ସମୟରେ ଲୋକେ ସୁନା କିଣିବାର ପରମ୍ପରା ଅନେକ ବର୍ଷରୁ ପ୍ରଚଳିତ। ଏଣୁ କିଣାକିଣି ପାଇଁ ଲୋକେ ଏବେ ବେଶ୍ ଉତ୍ସାହିତ ଅଛନ୍ତି। ଏଥିରେ ଯଦି ଆପଣ ଦୋକାନକୁ ନ ଯାଇ ଡିଜିଟାଲ ସୁନା କିଣିବାକୁ  ପାଆନ୍ତି ତେବେ କିପରି ହେବ? ତେବେ ଆସନ୍ତୁ ଜାଣିବା ଡିଜିଟାଲ ସୁନା କଣ ଓ ଭାରତରେ ଏହାକୁ କିପରି କିଣାଯାଇ ପାରିବ?

ଆଜ୍ଞା ହଁ ଡିଜିଟାଲ ସୁନା ଏକ ଏପରି ନିବେଶ ଯାହା ଲୋକଙ୍କୁ ଡିଜିଟାଲ ରୂପେ ସୁନା କିଣିବାକୁ ଓ ପାଖରେ ରଖିବାକୁ ସୁବିଧା ପ୍ରଦାନ କରୁଛି। ଏହି ସୁନା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ବିନା ଭୌତିକ ଭଣ୍ଡାରଣ ଆବଶ୍ୟକତାରେ ଏହି ସୁନା କିଣାଯାଇ ପାରୁଛି। ଫିନଟେକ୍ କମ୍ପାନୀ ‘ମନିଭ୍ୟୁ’ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରୁ ଜଣା ପଡିଛି ଯେ ଏଠାରେ ଉଚ୍ଚ ଆୟ ବର୍ଗ ଏବେବି ଭୌତିକ ସୁନା କିଣିବାକୁ ପସନ୍ଦ କରୁଛନ୍ତି। ଏଥିରେ ମଧ୍ୟମ ବର୍ଗ ଏବେ ଡିଜିଟାଲ ସୁନା ଆଡକୁ ମୁହାଁଇଛନ୍ତି, ଖାସ କରି ସହରାଞ୍ଚଳରେ ଯେଉଁଠି ଡିଜିଟାଲ ସାକ୍ଷରତା ହାର ଅଧିକ ଓ ଇଣ୍ଟରନେଟର ଭଲ ପହଞ୍ଚ ରହିଛି ସେ କ୍ଷେତ୍ରରେ ଲୋକେ ଡିଜିଟାଲ ସୁନାରେ ନିବେଶ କରୁଛନ୍ତି। 

ଡିଜିଟାଲ ଗୋଲ୍ଡ କ’ଣ?   
 ଅସଲରେ ଡିଜିଟାଲ ଗୋଲ୍ଡ ହେଉଛି ସୁନାର ଆଭାସୀ ରୂପ, ଯାହାକୁ ଆପଣ ଅନଲାଇନରେ କ୍ରୟ କରିପାରିବେ। ଯାହା ପାରମ୍ପରିକ ସୁନା ମାଲିକାନାର ଏକ ସମସ୍ୟା ମୁକ୍ତ ବିକଳ୍ପ ପ୍ରଦାନ କରୁଛି। ଏହା ଆପଣଙ୍କୁ ସୁନାର ଏକ କ୍ଷୁଦ୍ର ଅଂଶକୁ ବି ଏହାର ଭୌତିକ ଭଣ୍ଡାରଣ ଓ ସୁରକ୍ଷା ଚିନ୍ତା ବିନା ରଖିବାର ଅନୁମତି ଦେଉଛି। ଡିଜିଟାଲ ଗୋଲ୍ଡ ଦ୍ୱାରା ଆପଣ ବେଶ୍ ସହଜରେ ବଜାର ଦରକୁ ଟ୍ରାକ୍ କରିପାରିବେ ଓ ବାସ୍ତବିକ ସମୟରେ ଆପଣଙ୍କ ନିବେଶ ଉପରେ ନଜର ରଖି ପାରିବେ। 

ଭାରତରେ ଅନଲାଇନ ଡିଜିଟାଲ ଗୋଲ୍ଡ କିପରି କିଣିବେ?
 ଯଦି ଆପଣ ଏହି ଦୀପାବଳିରେ ଡିଜିଟାଲ ଗୋଲ୍ଡ କିଣିବାକୁ ଯୋଜନା କରୁଛନ୍ତି ଏଥି ପାଇଁ ଆପଣ ଖୁବ ସହଜରେ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ପଞ୍ଜିକରଣ କରିପାରିବେ। ଭାରତର ଶୀର୍ଷ ଡିଜିଟାଲ ଗୋଲ୍ଡ ପ୍ରଦାନକାରୀଙ୍କ ମଧ୍ୟରେ ଅଗମୋଣ୍ଟ ଗୋଲ୍ଡ, ଏମଏମଟିସି-ପିଏଏମପି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଟାଟାର ତନିସ୍କ ଅଛନ୍ତି। ଏହା ଛଡା ଆପଣ ଗୁଗଲ ପେ, ଫୋନ ପେ ଓ ପେଟିଏମ ଭଳି ଲୋକପ୍ରିୟ ୟୁପିଆଇ ଆପ ମାଧ୍ୟମରେ ବି ଡିଜିଟାଲ ଗୋଲ୍ଡ କିଣି ପାରିବେ। 

ଭାରତରେ ଡିଜିଟାଲ ଗୋଲ୍ଡରେ ନିବେଶର ଉପାୟ
 ଏଥିପାଇଁ ଆପଣ ଡିଜିଟାଲ ଗୋଲ୍ଡ ପ୍ଲାଟଫର୍ମ ଓ ମୋବାଇଲ ଆପର ବ୍ୟବହାର କରିପାରନ୍ତି। ଯେଉଁମାନେ ସିଧା ଆପଣଙ୍କ ସ୍ମାର୍ଟଫୋନରେ ସୁନା କ୍ରୟ, ବିକ୍ରି ଓ ପ୍ରବନ୍ଧନକୁ ସହଜ କରନ୍ତି। ଏହା ଛଡା ଆପଣ ଏନଏସଇ ଓ ବିଏସଇରେ ଗୋଲ୍ଡ ଇଟିଏଫ (ଏକ୍ସଚେଞ୍ଜ-ଟ୍ରେଡେଡ ଫଣ୍ଡ)ମାଧ୍ୟମରେ ନିବେଶ ମଧ୍ୟ କରିପାରିବେ। ଅଥବା ଡିଜିଟାଲ ଗୋଲ୍ଡରେ ନିୟମିତ ନିବେଶ ନିମନ୍ତେ ଏସଆଇପି(ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ସେଟ୍ କରିପାରନ୍ତି। କିଛି ପେମେଣ୍ଟ ଗେଟୱେ ଅନଲାଇନ ଟ୍ରାଞ୍ଜାକ୍ସନ କାଳରେ ସୁନା କ୍ରୟ ନିମନ୍ତେ ସହଜ ବିକଳ୍ପ ମଧ୍ୟ ଦିଅନ୍ତି ଓ ବ୍ୟାଙ୍କ ଡିଜିଟାଲ ଗୋଲ୍ଡ ସେଭିଂ ଆକାଉଣ୍ଟ ପ୍ରଦାନ କରୁଛନ୍ତି ଯାହା ଆପଣଙ୍କୁ ସୁଧ ଅର୍ଜନ ସହିତ ସୁନା ଜମା କରିବାକୁ ସୁବିଧା ଦେଉଛି।