+୨ ନାମଲେଖା: ଆଜି ଆସିବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର : ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଙ୍କ କଷିବା ଆରମ୍ଭ କରିସାରିଛନ୍ତି। କେଉଁ ଶିକ୍ଷାନୁଷ୍ଠାନର କଟ୍ ଅଫ୍ ମାର୍କ କେତେ ରହୁଛି, ତାହା ଉପରେ ସମସ୍ତଙ୍କ […]

+୨ ନାମଲେଖା: ଆଜି ଆସିବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର : ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଙ୍କ କଷିବା ଆରମ୍ଭ କରିସାରିଛନ୍ତି। କେଉଁ ଶିକ୍ଷାନୁଷ୍ଠାନର କଟ୍ ଅଫ୍ ମାର୍କ କେତେ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମନୋନୀତ ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟ‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ।
ସୂଚନା ଅନୁଯାୟୀ, ସାମ୍ସ ପୋର୍ଟାଲ ଜରିଆରେ ଗତ ମେ’ ୨୪ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଥିଲା। ଆବେଦନର ଶେଷ ତାରିଖ ଜୁନ ୩୦ ରାତି ରହିଥିଲା। ରାଜ୍ୟରେ ମୋଟ ୨୪୧୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୬୮ ହଜାର ୫୬୭ ଆସନ ରହିଛି। ନାମଲେଖା ପାଇଁ ୪ ଲକ୍ଷ ୭୪ ହଜାର ୮୮୧ ଜଣ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୪୬ ହଜାର ୨୦୬ ଜଣ ଅନଲାଇନ‌ରେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୧ ହଜାର ୫୪୭ ଜଣ ଦେୟ ପୈଠ କରିଥିଲେ। ଏବର୍ଷ ବି ରାଜ୍ୟରେ ଲକ୍ଷାଧିକ ଯୁକ୍ତଦୁଇ ଆସନ ଖାଲି ପଡ଼ିବ ବୋଲି ଆକଳନ କରାଯାଉଛି। ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ।