ଗୋଟିଏ ବୁନ୍ଦା ବର୍ଷା ବି ନାହିଁ, ତଥାପି ତୃତୀୟ ଦିନରେ ପଡ଼ିଲାନି ବଲ୍
କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ବି ରଦ୍ଦ ହୋଇଛି। ରବିବାର ବର୍ଷା ହୋଇ ନ ଥିଲେ ବି ଓଦା ଆଉଟ୍ ଫିଲ୍ଡ କାରଣରୁ ଖେଳ ହୋଇ ପାରି ନାହିଁ। ଶନିବାର ରାତି ସାରା ହୋଇଥିବା ବର୍ଷା କାରଣରୁ ପଡ଼ିଆକୁ ଖେଳ ଉପଯୋଗୀ କରିବା ପଡ଼ିଆ କର୍ମଚାରୀଙ୍କ ପକ୍ଷେ ମୁସ୍କିଲ ଥିଲା। ତୃତୀୟ ଦିନ ସୁଦ୍ଧା ବାଂଲାଦେଶ ପ୍ରଥମ ଇନିଂସରେ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ୍ ୪୦ ଓ ମୁସଫିକର ରହିମ ୬ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଦିନରେ ୩୫ ଓଭର ଖେଳ ସକ୍ଷମ ହୋଇ ପାରିଥିବା ବେଳେ ଶନିବାର ଦ୍ଵିତୀୟ ଦିନ ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ହୋଇ ଯାଇଥିଲା। ବର୍ଷା ବାଧାପ୍ରାପ୍ତ ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶର ଓପନର ଜାକିର ହସନ ଓ ଶାଦମାନ ଇସଲାମ ପ୍ରଥମ ଓ୍ଵିକେଟ୍ ପାଇଁ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୨୪ ରନ କରି ଲୟରେ ନଜର ଆସୁଥିବା ଶାଦମାନ ଇସଲାମ ୨୪ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ।Also read: IPL 2025 : ଧୋନିଙ୍କ ପାଇଁ ଫେରିଲା ରୁଲ୍ ନମ୍ବର 7ଏହା ପରେ ଅଧିନାୟକ ନଜମୁଲ ହୁସେନ
କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ବି ରଦ୍ଦ ହୋଇଛି। ରବିବାର ବର୍ଷା ହୋଇ ନ ଥିଲେ ବି ଓଦା ଆଉଟ୍ ଫିଲ୍ଡ କାରଣରୁ ଖେଳ ହୋଇ ପାରି ନାହିଁ। ଶନିବାର ରାତି ସାରା ହୋଇଥିବା ବର୍ଷା କାରଣରୁ ପଡ଼ିଆକୁ ଖେଳ ଉପଯୋଗୀ କରିବା ପଡ଼ିଆ କର୍ମଚାରୀଙ୍କ ପକ୍ଷେ ମୁସ୍କିଲ ଥିଲା। ତୃତୀୟ ଦିନ ସୁଦ୍ଧା ବାଂଲାଦେଶ ପ୍ରଥମ ଇନିଂସରେ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ୍ ୪୦ ଓ ମୁସଫିକର ରହିମ ୬ ରନ କରି ଅପରାଜିତ ଅଛନ୍ତି।
ପ୍ରଥମ ଦିନରେ ୩୫ ଓଭର ଖେଳ ସକ୍ଷମ ହୋଇ ପାରିଥିବା ବେଳେ ଶନିବାର ଦ୍ଵିତୀୟ ଦିନ ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ହୋଇ ଯାଇଥିଲା। ବର୍ଷା ବାଧାପ୍ରାପ୍ତ ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶର ଓପନର ଜାକିର ହସନ ଓ ଶାଦମାନ ଇସଲାମ ପ୍ରଥମ ଓ୍ଵିକେଟ୍ ପାଇଁ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୨୪ ରନ କରି ଲୟରେ ନଜର ଆସୁଥିବା ଶାଦମାନ ଇସଲାମ ୨୪ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ।
Also read: IPL 2025 : ଧୋନିଙ୍କ ପାଇଁ ଫେରିଲା ରୁଲ୍ ନମ୍ବର 7
ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୋନିମୁଲ ହକ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ତୃତୀୟ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ସାଣ୍ଟୋଙ୍କୁ ଅଶ୍ୱିନ ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ଅଧିନାୟକ ସାଣ୍ଟୋ ୩୧ ରନ କରି ଆଉଟ୍ ହୋଇଥିଲେ। ୧୦୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଏବଂ ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଛି । ଦ୍ଵିତୀୟ ଟେଷ୍ଟ ଏବେ ଡ୍ର ଆଡ଼କୁ ଅଗ୍ରସର ହେଉଛି।
ସୂଚନାଯୋଗ୍ୟ, ଭାରତ ଘରୋଇ ମାଟିରେ ଦୀର୍ଘ ୧୨ ବର୍ଷା ହେବ ଟେଷ୍ଟରେ ବିଜୟ ଯାତ୍ରା ଅବ୍ୟାହତ ରହିଛି। କାନପୁର ଟେଷ୍ଟ ଜିତି ଭାରତ ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ଆହୁରି ମଜବୁତ କରିବାକୁ ଚାହୁଁଛି। ହେଲେ ବର୍ଷା ଏଥିରେ ଭିଲେନ ସାଜିଛି।