ଭାଇରାଲ ରୋକିବାକୁ ବୋର୍ଡର ପ୍ରସ୍ତୁତି, ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ ନମ୍ୱର

ନୂଆଦିଲ୍ଲୀ ୦୬/୦୨: ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇ ସବିଶେଷ, ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର, ୩୧୪ ନୋଡାଲ ସେଣ୍ଟର’ । ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ତେବେ ଏଥର ନିର୍ଦ୍ଧାରିତ ସମୟରେ ବାହାରିବ ପରୀକ୍ଷା ଫଳ । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ପ୍ରକାରର ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ ଟି ସ୍କ୍ୱାର୍ଡ ମୋଟ ୧୭୨ ଟି ସ୍କ୍ବାର୍ଡ ଗଠନ ହେବ । ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ । ନିଜସ୍ବ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣେଇବ ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।  କାରଣ ଏଥର ପ୍ରଶ୍ନପତ୍ର ରହିବ ସିରିଏଲ ନମ୍ୱର । ଯାହାକି ଭାଇରାଲ୍ ହେଲେ ସହଜେ ଧରାପକାଇଦେବ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍‌ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ

ଭାଇରାଲ ରୋକିବାକୁ ବୋର୍ଡର ପ୍ରସ୍ତୁତି, ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ ନମ୍ୱର

ନୂଆଦିଲ୍ଲୀ ୦୬/୦୨: ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇ ସବିଶେଷ, ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । 

୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର, ୩୧୪ ନୋଡାଲ ସେଣ୍ଟର’ । ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ତେବେ ଏଥର ନିର୍ଦ୍ଧାରିତ ସମୟରେ ବାହାରିବ ପରୀକ୍ଷା ଫଳ । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ପ୍ରକାରର ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ ଟି ସ୍କ୍ୱାର୍ଡ ମୋଟ ୧୭୨ ଟି ସ୍କ୍ବାର୍ଡ ଗଠନ ହେବ । 

୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ । ନିଜସ୍ବ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣେଇବ ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।  କାରଣ ଏଥର ପ୍ରଶ୍ନପତ୍ର ରହିବ ସିରିଏଲ ନମ୍ୱର । ଯାହାକି ଭାଇରାଲ୍ ହେଲେ ସହଜେ ଧରାପକାଇଦେବ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍‌ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍‌ଲେଟ୍‌ର କ୍ରମିକ ନମ୍ବର ତଥା ସିରିଏଲ୍‌ ନମ୍ବର ୱାଟର୍‌ ମାର୍କରେ ଉଲ୍ଲେଖ ରହିବ । 

ବୁକଲେଟ୍‌ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍‌ (କୁଇକ୍‌ ରେସ୍‌ପନ୍ସ) କୋଡ୍‌ ନମ୍ବର ଏବଂ ଷ୍ଟାଟିକ୍‌ କ୍ୟୁ-ଆର୍‌ କୋଡ୍‌ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆହୁରି ବି ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ । ସେନ୍ସର କମାଣ୍ଡ ସିଷ୍ଟମ ଆପଣେଇବ ବୋର୍ଡ । 

ସୂଚନା ଥାଉକି, ଚଳିତ ବର୍ଷ  ବୋର୍ଡ ପରୀକ୍ଷାରେ କପି ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟର ଗୁଡ଼ିକରେ ଏଆଇ କ୍ୟାମେରା ଖଞ୍ଜାଯାଇଛି । ଏଥିସହିତି ୪ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ୭୦ ଟିମ୍, ବୋର୍ଡ ପକ୍ଷରୁ ୪୨ ଟିମ୍, ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍କ୍ବାର୍ଡ ଟିମ୍ ଗଠନ କରାଯାଇଛ। ସିଧା ପ୍ରସାରଣ ଅନୁଧ୍ୟାନ ଲାଗି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ରହିବ । 

କଣ୍ଟ୍ରୋଲ୍‌ ରୁମ୍‌ରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ । ସିଧା ପ୍ରସାରଣ ସମୟରେ ଯଦି କୌଣସି କେନ୍ଦ୍ରର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ବୋର୍ଡ ଦ୍ୱାରା ଗଠିତ ସ୍କାଡ ତ୍ୱରିତ୍ୱ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ନେବ। ଆସନ୍ତା ୧୨ ତାରିଖରୁ ୩୧୪ ପରୀକ୍ଷା ନେଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବାକୁ  ପ୍ରକ୍ରିୟା ଆରମ୍ଭ କରିବ ବୋର୍ଡ।

also read...

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଶେଷ, ତଥାପି କାଉଣ୍ଟରରେ ଲାଗିଛି ଲମ୍ବା ଲାଇନ୍