ରବିବାର ଖୋଲାଯିବ ହୀରାକୁଦ ଗେଟ୍, ଚଳିତ ବର୍ଷ ପ୍ରଥମ ଥର ପାଇଁ ଛଡାଯିବ ବନ୍ୟାଜଳ
ସମ୍ବଲପୁର ୨୮।୦୭ : ରବିବାର ଖୋଲାଯିବ ହୀରାକୁଦ ଗେଟ୍ । ହୀରାକୁଦ ଜଲଭଣ୍ଡାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ | ଏନେଇ ଆଜି ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର ୭ ନମ୍ବର ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବାନେଇ ଧାର୍ଯ୍ୟ ହୋଇଛି lତେବେ ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ପାଖାପାଖି ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି | ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ସାରିଛନ୍ତି l ତଳମୁଣ୍ଡର ୧୪ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ପତ୍ରରେ ଉଲ୍ଲେଖ ରହିଛି | ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୯୬ ଫୁଟରେ ପହଞ୍ଚିଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୧୧୧ କ୍ୟୁସେକ ଜଳ ପ୍ରବେଶ କରୁଛି |
ସମ୍ବଲପୁର ୨୮।୦୭ : ରବିବାର ଖୋଲାଯିବ ହୀରାକୁଦ ଗେଟ୍ । ହୀରାକୁଦ ଜଲଭଣ୍ଡାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ | ଏନେଇ ଆଜି ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର ୭ ନମ୍ବର ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବାନେଇ ଧାର୍ଯ୍ୟ ହୋଇଛି l
ତେବେ ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ପାଖାପାଖି ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି | ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ସାରିଛନ୍ତି l ତଳମୁଣ୍ଡର ୧୪ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ପତ୍ରରେ ଉଲ୍ଲେଖ ରହିଛି | ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୯୬ ଫୁଟରେ ପହଞ୍ଚିଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୧୧୧ କ୍ୟୁସେକ ଜଳ ପ୍ରବେଶ କରୁଛି |