ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ବଲାଙ୍ଗିର ସହର ଭିତରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ। ଆରଟିଓ ଛକ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଜୀବନ ଯାଇଛି।

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ବଲାଙ୍ଗିର ସହର ଭିତରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ। ଆରଟିଓ ଛକ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଜୀବନ ଯାଇଛି।

ମୃତ ଯୁବକଙ୍କ ପରିଚୟ ବନ୍ଧପଡ଼ା ଫାଣ୍ଡି ଛତାପୀପଳ ଗାଁର ଉମେଷ କାଲସାଏ ବୋଲି ଜଣାପଡ଼ିଛି। କୌଣସି କାମରେ ଉମେଶ ବଲାଙ୍ଗିର ସହର ଭିତରକୁ ଆସିଥିବା ସମୟରେ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉମେଶଙ୍କ ଜୀବନ ଚାଲିଯାଇଥିଲା।

ଡ୍ରାଇଭର ଟ୍ରକକୁ ଛାଡ଼ି ଫେରାର ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବାରମ୍ବାର ଦୁର୍ଘଟଣାରେ ଜୀବନ ଯାଉଥିବାରୁ, ସହର ଭିତରେ ଟ୍ରକ ଚଳାଚଳ ବନ୍ଦ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ।