ଏନକାଉଣ୍ଟରରେ ୧୪ ମାଓବାଦୀ ମୃତ
ଭୁବନେଶ୍ୱର : ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ପରେସନ ବେଳେ ୧୪ ମାଓବାଦୀ ମୃତ । ଗତକାଲି କୁଲାରିଘାଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମହିଳା କ୍ୟାଡରର ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଆଜି ନୂଆପଡା ସୀମାନ୍ତ ଆଉ ୧୨ ଜଣ ମାଓ ବାଦୀଂକ ମୃତ୍ୟୁ ଘଟିଛି । ଜଙ୍ଗଲରେ ଚାଲିଛି ଗୁଳି ବିନିମୟ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗାରିଆବନ୍ଧ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଆଉ […]

ଭୁବନେଶ୍ୱର : ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ପରେସନ ବେଳେ ୧୪ ମାଓବାଦୀ ମୃତ । ଗତକାଲି କୁଲାରିଘାଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମହିଳା କ୍ୟାଡରର ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଆଜି ନୂଆପଡା ସୀମାନ୍ତ ଆଉ ୧୨ ଜଣ ମାଓ ବାଦୀଂକ ମୃତ୍ୟୁ ଘଟିଛି । ଜଙ୍ଗଲରେ ଚାଲିଛି ଗୁଳି ବିନିମୟ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗାରିଆବନ୍ଧ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଆଉ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଜଣେ ମାଓବାଦୀଙ୍କ ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର I ତେବେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି ।
ନୂଆପଡ଼ା ଏସ୍ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍ ଟିମ୍ (ଇ-୩୦), ୫ ସିଆର୍ପିଏଫ ଟିମ୍ ସମେତ ୧୦ଟି ଟିମ ଏଥିରେ ସାମିଲ ହୋଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସୋମବାର ଦିନ ଦୁଇ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଟଳିଥିଲେ ୧୨ ମାଓବାଦୀ । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।