ଖୋର୍ଦ୍ଧାରେ ଗସ୍ତରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର
ଭୁବନେଶ୍ୱର : ଖୋର୍ଦ୍ଧାଜିଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ମୋ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ୬ ସୂତୀ ମନ୍ତ୍ରର ଉପଦେଶ ଦେଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଛନ୍ତି ଜୀବନରେ ସଫଳତା ପାଇବାକୁ ହେଲେ ସୁସ୍ଥ ଶରୀର, ଶାରୀରିକ ପରିଶ୍ରମ, ୧୫ ମିନିଟ୍ ଯୋଗ ଓ ୧୪ ଘଣ୍ଟା […]

ଭୁବନେଶ୍ୱର : ଖୋର୍ଦ୍ଧାଜିଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ମୋ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ୬ ସୂତୀ ମନ୍ତ୍ରର ଉପଦେଶ ଦେଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଛନ୍ତି ଜୀବନରେ ସଫଳତା ପାଇବାକୁ ହେଲେ ସୁସ୍ଥ ଶରୀର, ଶାରୀରିକ ପରିଶ୍ରମ, ୧୫ ମିନିଟ୍ ଯୋଗ ଓ ୧୪ ଘଣ୍ଟା ପରିଶ୍ରମ ଏବଂ ବାପା ମା’ଙ୍କ କଥା ମାନିବାକୁ ପଡ଼ିବ । ଏହା ସହ କଠିନ ପରିଶର୍ମର ଆବଶ୍ୟକତା ରହିଛି । ଖୋର୍ଦ୍ଧା ହାବେଳି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ ଯୋଗ ଦେଇ ୬ ସ୍ୱତ୍ରୀ ମନ୍ତ୍ରର ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ହଜାର ହଜାର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାପରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବାଣପୁର ଯାଇ ମା ଭଜବତୀଙ୍କ ଦର୍ଶନ କରି ପଲଟଣ ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ଅପରାହ୍ନରେ ରଣପୁର ଗସ୍ତ କରି ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ରଣପୁର ଜଗନ୍ନାଥ ମନ୍ଦିର ପାଇଁ ୪କୋଟି ୬୦ଲକ୍ଷ ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି। ଏହାସହିତ ରଣପୁର ଡିଗ୍ରୀ କଲେଜ ରୂପାନ୍ତରଣ ପାଇଁ ୧କୋଟି ମଞ୍ଜୁର ହୋଇଥିବା ୫ଟି ଅଧ୍ୟକ୍ଷ କହିଛନ୍ତି।