ଫେରାର୍‌ ନିଶା ମାଫିଆକୁ ହସ୍ତାନ୍ତର କଲା ୟୁଏଇ

ନୂଆଦିଲ୍ଲୀ : ମୁମ୍ବାଇ ସାଙ୍ଗଲି ଅଞ୍ଚଳରେ ଏକ କାରଖାନା ଉପରେ ଚଢ଼ଉ କରି ପୁଲିସ ୧୨୬.୧୪୧ କିଲୋଗ୍ରାମ୍ ‌ମେଫିଡ୍ରୋନ୍‌ (ଏକ କୃତ୍ରିମ ନିଶାଦ୍ରବ୍ୟ) ଜବତ କରିଥିଲା। ୟୁଏଇରେ ରହି କୁବ୍ବାୱାଲା ମୁସ୍ତାଫା ଏହି କାରଖାନାକୁ ଚଳାଉଥିଲା। ମୁସ୍ତାଫାକୁ ଗିରଫ କରିବାକୁ ଇଣ୍ଟରପୋଲ୍‌ ନୋଟିସ୍‌ ଜାରି କରାଯାଇଥିଲା। ତାକୁ ଗିରଫ କରି ୟୁଏଇ ଭାରତକୁ ହସ୍ତାନ୍ତର କରିବା ପରେ ଆଜି ତାକୁ ମୁମ୍ବାଇ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୧ଟା ବେଳେ ମହାରାଷ୍ଟ୍ର ପୁଲିସର ୪ଜଣିଆ […]

ଫେରାର୍‌ ନିଶା ମାଫିଆକୁ ହସ୍ତାନ୍ତର କଲା ୟୁଏଇ

ନୂଆଦିଲ୍ଲୀ : ମୁମ୍ବାଇ ସାଙ୍ଗଲି ଅଞ୍ଚଳରେ ଏକ କାରଖାନା ଉପରେ ଚଢ଼ଉ କରି ପୁଲିସ ୧୨୬.୧୪୧ କିଲୋଗ୍ରାମ୍ ‌ମେଫିଡ୍ରୋନ୍‌ (ଏକ କୃତ୍ରିମ ନିଶାଦ୍ରବ୍ୟ) ଜବତ କରିଥିଲା। ୟୁଏଇରେ ରହି କୁବ୍ବାୱାଲା ମୁସ୍ତାଫା ଏହି କାରଖାନାକୁ ଚଳାଉଥିଲା। ମୁସ୍ତାଫାକୁ ଗିରଫ କରିବାକୁ ଇଣ୍ଟରପୋଲ୍‌ ନୋଟିସ୍‌ ଜାରି କରାଯାଇଥିଲା। ତାକୁ ଗିରଫ କରି ୟୁଏଇ ଭାରତକୁ ହସ୍ତାନ୍ତର କରିବା ପରେ ଆଜି ତାକୁ ମୁମ୍ବାଇ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୧ଟା ବେଳେ ମହାରାଷ୍ଟ୍ର ପୁଲିସର ୪ଜଣିଆ ଟିମ୍‌ ମୁସ୍ତାଫାକୁ ନେଇ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରୁ ମୁମ୍ବାଇର ଅପରାଧ ଶାଖା (କ୍ରାଇମ୍‌ ବ୍ରାଞ୍ଚ) ତାକୁ ଗିରଫ କରିଥିଲା। ସିବିଆଇ ପକ୍ଷରୁ ଏହି ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟରେ ଉଲ୍ଲେଖ କରାଯାଇଛି, ଆବୁଧାବିର ନ୍ୟାସନାଲ୍‌ କ୍ରାଇମ୍‌ ବ୍ୟୁରୋ (ଏନ୍‌ସିବି) ସହଯୋଗରେ ସିବିଆଇର ଇଣ୍ଟର୍‌ନ୍ୟାସନାଲ୍‌ ପୁଲିସ କୋଅପରେସନ୍‌ ୟୁନିଟ୍‌ (ଆଇପିସିୟୁ) ‘ରେଡ୍‌ ନୋଟିସ’ ଜାରି ହୋଇଥିବା କୁବ୍ବାୱାଲା ମୁସ୍ତାଫାକୁ ସଫଳତାର ସହ ଶୁକ୍ରବାର ଭାରତ ଆଣିଛି। ସୂଚନାଯୋଗ୍ୟ, ଇଣ୍ଟରପୋଲ୍‌ ଜରିଆରେ ସିବିଆଇ ୨୫ ନଭେମ୍ବର ୨୦୨୪ରେ ମୁସ୍ତାଫା ବିରୋଧରେ ‘ରେଡ୍‌ ନୋଟିସ୍‌’ ଜାରି କରିଥିଲା। ୧୯ ଜୁନ୍‌ ୨୦୨୫ରେ ମୁସ୍ତାଫାର ଗିରଫଦାରି ସମ୍ପର୍କରେ ଆବୁଧାବି-ଏନ୍‌ସିବି ଭାରତକୁ ଜଣାଇଥିଲା।