NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା ପାଇଁ ସମ଼୍ବଦ୍ଧିତ ବିଷୟର ଏକ ଟିମ୍ ମଙ୍ଗଳବାର ଭିତରେ ଗଠନ କରିବାକୁ କୋର୍ଟ କହିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏକ ଯାଚିକ ଉପରେ ବିଚାର କରି କହିଛନ୍ତି, ଯେ ଏକ ର୍ନିଦ୍ଦିଷ୍ଟ […] The post NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା ପାଇଁ ସମ଼୍ବଦ୍ଧିତ ବିଷୟର ଏକ ଟିମ୍ ମଙ୍ଗଳବାର ଭିତରେ ଗଠନ କରିବାକୁ କୋର୍ଟ କହିଛନ୍ତି ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏକ ଯାଚିକ ଉପରେ ବିଚାର କରି କହିଛନ୍ତି, ଯେ ଏକ ର୍ନିଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପାଇଁ ମାର୍କ ଦେବା କିମ୍ବା ନ ଦେବା ଚୂଡ଼ାନ୍ତ ଯୋଗ୍ୟତା ତାଲିକାରେ ପ୍ରଭାବ ପକାଇଥାଏ। ମଙ୍ଗଳବାର ମଧ୍ୟାହ୍ନ ୧୨ ଟା ସୁଦ୍ଧା ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ସଠିକ ଉତ୍ତର ଉପରେ ମତାମତ ଦେବା ପାଇଁ ସଂପୃକ୍ତ ବିଷୟର ୩ ବିଶେଷଜ୍ଞଙ୍କ ଏକ ଟିମ ଗଠନ କରିବାକୁ କୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, କିଛି ଛାତ୍ର ପ୍ରଶ୍ନର ଦୁଇଟି ବିକଳ୍ପ ଆସିଥିବାରୁ ମାର୍କ ଦେବା ପାଇଁ ଏନ୍ଟିଏର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହି କାରଣରୁ କୋର୍ଟ ଆଇଆଇଟି ଦିଲ୍ଲୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କୋର୍ଟ କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ଅଭିଯୋଗ ମାମଲାରେ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ରେ ମଧ୍ୟ ଶୁଣାଣି ଜାରି ରହିବ।
The post NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ appeared first on Dharitri Odia News.