ଖୁବ ଶୀଘ୍ର ନିଯୁକ୍ତି ହେବେ ଶ୍ରୀମନ୍ଦିରର ସ୍ଥାୟୀ ପ୍ରଶାସକ
ପୁରୀ : ଖୁବ ଶୀଘ୍ର ନିଯୁକ୍ତି ହେବେ ଶ୍ରୀମନ୍ଦିରର ସ୍ଥାୟୀ ପ୍ରଶାସକ I ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତା ତିନି ମାସ ମଧ୍ୟରେ ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ଏହା ଏକ ପ୍ରଧାନ ବିଷୟ ଭାବେ ରହିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀ ହରିଚନ୍ଦନ କହିଛନ୍ତି, ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି […]

ପୁରୀ : ଖୁବ ଶୀଘ୍ର ନିଯୁକ୍ତି ହେବେ ଶ୍ରୀମନ୍ଦିରର ସ୍ଥାୟୀ ପ୍ରଶାସକ I ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତା ତିନି ମାସ ମଧ୍ୟରେ ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ଏହା ଏକ ପ୍ରଧାନ ବିଷୟ ଭାବେ ରହିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି, ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ । କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରର ନୀତିକାନ୍ତିଠୁ ଆରମ୍ଭ କରି ଦର୍ଶନ ପର୍ୟ୍ୟନ୍ତ ଅନେକ କଥାକୁ ଶୃଙ୍ଖଳିତ କରିବା ପାଇଁ କାର୍ଯ୍ୟଖସଡ଼ା ତିଆରି ହୋଇଛି । ସେ ସବୁକୁ ଅନୁଧ୍ୟାନ କରି ଜଣେ ବ୍ୟକ୍ତି ତା’କୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ତେଣୁ ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆଉ ଶ୍ରୀମନ୍ଦିର ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ଆଲୋଚନ ନା ଆରମ୍ଭ ହୋଇଛି ।