୧୫ ଦିନ ପୂର୍ବରୁ ମିଳିଥିଲା ହତ୍ୟା ଧମକ

ମୁମ୍ବାଇ : ଏନ୍‌ସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତକାଲି ରାତିରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ୱାଇ ପ୍ଲସ୍‌ କ୍ୟାଟେଗୋରୀ ସୁରକ୍ଷା ଫେଲ୍‌ ମାରିଛି। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍‌ ରାସ୍ତାରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ସୁଚନା ଅନୁସାରେ ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। […]

୧୫ ଦିନ ପୂର୍ବରୁ ମିଳିଥିଲା ହତ୍ୟା ଧମକ

ମୁମ୍ବାଇ : ଏନ୍‌ସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତକାଲି ରାତିରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ୱାଇ ପ୍ଲସ୍‌ କ୍ୟାଟେଗୋରୀ ସୁରକ୍ଷା ଫେଲ୍‌ ମାରିଛି। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍‌ ରାସ୍ତାରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ସୁଚନା ଅନୁସାରେ ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏଥିପାଇଁ ତାଙ୍କ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା। ଧମକ ପରେ ତାଙ୍କୁ ୱାଇ ପ୍ଲସ୍‌ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଥିଲା। ସେପଟେ ମୁମ୍ବାଇ ପୁଲିସ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି। ତାଙ୍କୁ କୌଣସି ଧମପୂର୍ଣ୍ଣ ଚିଠି ମିଳିନଥିବା ପୁଲିସ କହିଛି।